ଭୁବନେଶ୍ବର: ବାତ୍ୟା ଫନି ପରେ ପୁଣି ରାଜ୍ୟକୁ ଫେରିଛି ତାତି । ପ୍ରବଳ ଖରାରେ ସମଗ୍ର ରାଜ୍ୟ ସହ ସିଝୁଛି ପଶ୍ଚିମ ଓଡିଶା । ତାପମାତ୍ରା 45 ଡିଗ୍ରୀ ଛୁଇଁବା ସହ ଟିଟିଲାଗଡ ପାଲଟିଛି ସବୁଠୁ ଉତ୍ତପ୍ତ ସହର । ରାଜ୍ୟର 9 ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଆସନ୍ତା 3 ଦିନ ପାଇଁ 11 ଜିଲ୍ଲାରେ ହିଟୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଫେରିଲା ତାତି, 11 ଜିଲ୍ଲାରେ ହିଟୱେଭ ଜାରି - ଫନି
ରାଜ୍ୟର 9 ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସେହିପରି ଆସନ୍ତା 3 ଦିନ ପାଇଁ 11 ଜିଲ୍ଲାରେ ହିଟୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଫଟୋ ସୌଜନ୍ୟ:ପ୍ରତିନିଧି,ଭୁବନେଶ୍ବର
ଆଜିଠାରୁ ଆସନ୍ତା 3 ଦିନ ଧରି ରାଜ୍ୟର ଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ନୂଆପଡା, ସୋନପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଘର ଆଦି ଜିଲ୍ଲାରେ ପ୍ରବଳ ଗରମ ସହ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ତେଣୁ କରି ଏହି ଜିଲ୍ଲାବାସୀ ଙ୍କୁ ଘରୁ ନବାହାରିବା ପାଇଁ ସୂଚନା ଦିଆଯାଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ