ଓଡିଶା

odisha

ETV Bharat / city

‘ପଞ୍ଚାୟତ ନିର୍ବାଚନରେ ୧ ନମ୍ବରରେ ରହିବାକୁ ଚେଷ୍ଟା କରିବୁ’

ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ୧ ନମ୍ବରରେ ରହିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Aug 31, 2021, 2:08 PM IST

Updated : Aug 31, 2021, 4:02 PM IST

ପଞ୍ଚାୟତ ନିର୍ବାଚନରେ ଏକ ନଂ ହେବୁ: କଂଗ୍ରେସ
ପଞ୍ଚାୟତ ନିର୍ବାଚନରେ ଏକ ନଂ ହେବୁ: କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ତଥା ରାଜ୍ୟରେ କଂଗ୍ରେସର ସତ୍ତା ଧିରେ ଧିରେ ବୁଡିବାକୁ ବସି ଥିବାବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନେଇ ଆଶା ପୋଷଣ କରିଛନ୍ତି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ନମ୍ବର ୱାନରେ ରହିବା ପାଇଁ ଚେଷ୍ଟା କରିବ ବୋଲି ପିସିସି ସଭାପତି କହିଛନ୍ତି ।

‘ପଞ୍ଚାୟତ ନିର୍ବାଚନରେ ୧ ନମ୍ବରରେ ରହିବାକୁ ଚେଷ୍ଟା କରିବୁ’

ଏଥିସହ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ନାହିଁ । ସମସ୍ତେ ମନ ଏକ ଅଛି । ଦଳ ଏକ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବ । ତାରା ପ୍ରସାଦ ବାହିନୀପତିଙ୍କ ସହ ବିବାଦର ସାମାଧନ ହୋଇଛି ବୋଲି କହିଛନ୍ତି ନିରଞ୍ଜନ । ଆଜି(ମଙ୍ଗଳବାର) ଜିଲ୍ଲା ସଭାପତି ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଡ଼କାଯାଇଥିବା ପିସିସି ସଭାପତି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବୈଠକ ପାଇଁ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ବାଜିମାତ କରିବ ସେନେଇ ଷ୍ଟାଟେଜି ପ୍ରସ୍ତୁତ କରିଛି ଦଳ । ପ୍ରତି ୱାର୍ଡରେ ଲୋକଙ୍କୁ ଭେଟି ସଂଗଠନକୁ ସୁଦୃଢ଼ କରିବ କଂଗ୍ରେସ । ଏହାକୁ ନେଇ ଚେଲା କୁମାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Aug 31, 2021, 4:02 PM IST

ABOUT THE AUTHOR

...view details