ଓଡିଶା

odisha

ETV Bharat / city

‘ଓଡିଆ ଭାଷା ପ୍ରସଙ୍ଗ ନେଇ ଝାଡଖଣ୍ଡ ସରକାରଙ୍କ ସହ କଥା ହେବୁ’ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ

ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗରେ ନିଜ ମତ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ। ଅଧିକ ପଢନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ

By

Published : Oct 1, 2021, 10:31 PM IST

ଭୁବନେଶ୍ବର:ଝାଡଖଣ୍ଡରୁ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗରେ ମତ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ । ସେ କହିଛନ୍ତି ଝାରଖଣ୍ଡରୁ ଦ୍ବିତୀୟ ରାଜ୍ୟଭାଷା ଭାବେ ଓଡିଆ ଭାଷାକୁ ପ୍ରତ୍ୟାହାର କରାଯିବ ନାହିଁ । ଓଡିଆଙ୍କ ଭାବନା ସହ ଯୋଡି ହୋଇଛି ଝାଡଖଣ୍ଡ । ଏନେଇ ଝାଡଖଣ୍ଡ କଂଗ୍ରେସ ବିଧାୟକ ଦଳର ନେତାଙ୍କ ସହ କଥାହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ।

ଓଡିଆ ଭାଷା ପ୍ରସଙ୍ଗକୁ ନେଇ ଝାଡଖଣ୍ଡ ସରକାରଙ୍କ ସହ କଥା ହେବୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ସେ ପୁଣି କହିଛନ୍ତି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବୁ । ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ବହୁ ଲୋକ ବସବାସ କରୁଛନ୍ତି । ତେଣୁ ଓଡିଆକୁ କେବେ ହେଲେ ବାଦ ଦିଆଯାଇ ପାରିବ ନାହିଁ । ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ କହିଛନ୍ତି ମୁଁ ନିଜେ ମଧ୍ୟ ଆଜି ଝାଡଖଣ୍ଡର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସ୍ବୀକାର କରିଛନ୍ତି ଏ ବିଷୟରେ ଆଲୋଚନା ଚାଲିଛି କିନ୍ତୁ କୌଣସି ଚୁଡାନ୍ତ ନିଷ୍ପତ୍ତି ହୋଇନାହିଁ।

ଅନ୍ୟପଟେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଝାଡଖଣ୍ଡ ଓ ଓଡିଶାର ସଂସ୍କୃତି ଅଙ୍ଗାଅଙ୍ଗି ଭାବେ ଜଡିତ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚିଠି ଲେଖିନାହାଁନ୍ତି । କେବେ ଲେଖୁଛନ୍ତି ଦେଖିବାକୁ ବାକି ରହିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details