ଭୁବନେଶ୍ବର: ପଞ୍ଚମ ପାଳିରେ ନବୀନଙ୍କ ବିକାଶ ଏଜେଣ୍ଡାର ମଙ୍ଗ ଧରିଥିବା ମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ବଢିଛି । ଏଥର ନବୀନ କେବଳ ବିକାଶକୁ ଗୁରୁତ୍ବ ଦେଇନାହାଁନ୍ତି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ କରିବାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ଯେଉଁଥିପାଇଁ ଗତକାଲିର ମନ୍ତ୍ରୀପରିଷଦ ବୈଠକରେ ନବୀନ ମନ୍ତ୍ରୀମାନଙ୍କୁ ଥ୍ରି-ଟି ବଦଳରେ ଫାଇଭ-ଟିର ମନ୍ତ୍ର ଦେଇଛନ୍ତି । ତଦନୁଯାୟୀ ମନ୍ତ୍ରୀମାନେ ସମୟାନୁବର୍ତ୍ତୀ ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳିସ୍ଥିତିରେ 'ଫନି' ପରେ ପୁରୀରେ ବିଦ୍ୟୁତ ସେବାର ପୁନଃସ୍ଥାପନ ଠାରୁ ଆରମ୍ଭ କରି ଜଳସେଚନ, କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାର ନିୟନ୍ତ୍ରଣ କରିବା, ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀମାନେ ଏବେ ଠାରୁ ଅଣ୍ଟା ଭିଡିଲେଣି ।