ଭୁବନେଶ୍ବର:"ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁ ଜଗନାଥଙ୍କୁ ଆର୍ଶୀବାଦ ମାଗିଛୁ । ଯେଉଁଠାରେ ବିକାଶ ହୋଇନାହିଁ ସେଠାରେ ବିକାଶ ହେବ । ଗରିବ ଓ ବଞ୍ଚିତମାନଙ୍କୁ ମୁଖ୍ୟଧାରାକୁ ଆଣିବା ପାଇଁ ଓଡ଼ିଶାବାସୀଙ୍କ ଠାରୁ ଆର୍ଶୀବାଦ ନେବୁ।" ଓଡ଼ିଶା ଗସ୍ତ ସମୟରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ତିନି ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଏହି ସମୟରେ ସେ ନିଜେ ଟ୍ରେନରେ ଯାତ୍ରା କରି ଯାତ୍ରୀଙ୍କ ସୁବିଧାଅସୁବିଧା କଥା ପଚାରି ବୁଝିଛନ୍ତି ।
'ଗରିବ ଓ ବଞ୍ଚିତମାନଙ୍କୁ ମୁଖ୍ୟଧାରାକୁ ଆଣିବା ପାଇଁ ଆର୍ଶୀବାଦ ନେବୁ' ଓଡ଼ିଶାରେ ପ୍ରତ୍ୟେକ ରେଳ ଷ୍ଟେସନର ଭିତ୍ତିଭୂମି ସଜାଡ଼ିବାକୁ ବର୍ତ୍ତମାନ ମୂଳ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ରେଳବାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ରେଳ ଷ୍ଟେସନ ସହରର ହୃଦୟ ବୋଲି ସେ କହିଛନ୍ତି । ସହର ହୃଦୟ କିଭଳି ସ୍ବାସ୍ଥ୍ୟକର ସୁନ୍ଦର, ସୁରକ୍ଷିତ ଏହାକୁ ବର୍ତ୍ତମାନ ଭିଜନ ରଖାଯାଇଛି ।
ଏହି ଅବସରେ ବିଜେପିରେ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ ରେଳମନ୍ତ୍ରୀ । ଓଡ଼ିଶାର ବିକାଶ ପାଇଁ ଯାହା ସଂକଳ୍ପ ଅଛି ତାହା ଖୁବଶୀଘ୍ର କାମ କରିବୁ । ରାଜ୍ୟରେ ସଠିକ ଭାବରେ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ମନ୍ତ୍ରୀ ଜଗନ୍ନାଥଙ୍କ ନିକଟରେ ଆର୍ଶୀବାଦ ନେଇଛନ୍ତି । ରାୟଗଡ଼ା, କୋରାପୁଟ, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲାରେ ଯେଉଁ ଗରିବମାନେ ଅଛନ୍ତି ସେମାନଙ୍କୁ କିଭଳି ମୁଖ୍ୟସ୍ରୋତକୁ ଅଣା ଯାଇପାରିବ, ତାହାକୁ ନେଇ ସଂକଳ୍ପ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । କୋରୋନା ସମୟରେ ୟୁଟ୍ୟୁବ୍ କ୍ଳାସରେ ପାଠପଢ଼ା ଆରମ୍ଭ ହୋଇଛି ।
ଅନେକ ସ୍ଥାନରେ ବର୍ତ୍ତମାନ ନେଟୱାର୍କ ନାହିଁ । ସେଠାରେ କିଭଳି ନେଟୱାର୍କ ଆସିବ ସେନେଇ କାର୍ଯ୍ୟ କରାଯିବ । ଆଗାମୀ ଦିନ ମାନଙ୍କରେ ନେଟୱାର୍କ, ରେଳବିଭାଗ, ସଂଚାର ଆଦିରେ ଦିଗରେ କାର୍ଯ୍ୟ କରାଯିବ । ଓଡ଼ିଶାରେ କିଭଳି ଭାବରେ ନେଟୱାର୍କ ଭଲ ହେବ । ରେଳ ବିଭାଗର ପ୍ରୋଜେକ୍ଟ ଭଲ ହେବ । ରାଜ୍ୟରେ ଥିବା ଷ୍ଟେସନମାନଙ୍କର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ