ଓଡିଶା

odisha

ETV Bharat / city

‘ସହରାଞ୍ଚଳର ଘରେ ଘରେ ମିଳିବ ପିଇବା ପାଣି’ - urban area houses of odisha

ରାଜ୍ୟର ସମସ୍ତ ସହରାଞ୍ଚଳରେ ମିଳିବ ପିଇବା ପାଣି । 2020 ସୁଦ୍ଧା ଘରେ ଘରେ ଏହାକୁ ପହଞ୍ଚାଇଦିଆଯିବ । ଏହାସହ ସହରାଞ୍ଚଳରେ ଥିବା ପୁରୁଣା ବଲବ୍‌କୁ କାଢି ନୂଆ ବଲବ୍‌ ଲଗାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 19, 2019, 2:05 PM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ମ୍ୟୁନିସ୍‌ପାଲିଟି, କର୍ପୋରେସନ ଓ ଏନଏସିର ପ୍ରତ୍ୟେକ ଘରକୁ ଯୋଗାଯିବ ପିଇବା ପାଣି । 2020 ମାର୍ଚ୍ଚ ମାସ ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହେବ । ଏହାସହ ପୁରୁଣା ବଲବ୍‌କୁ କାଢି ନୂଆ ବଲବ୍‌ ଦିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ପୁରୁଣା ବିଦ୍ୟୁତ୍‌ ଖୁଣ୍ଟ ବଦଳରେ ନୂଆ ଖୁଣ୍ଟ ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟ ପାଇଁ 2020 ମାର୍ଚ୍ଚ ଶେଷ ଟାର୍ଗେଟ ରହିଥିଲାବେଳେ, ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ସେ ଦର୍ଶାଇଛନ୍ତି । ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ବିଭାଗ ବହନ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details