ଓଡିଶା

odisha

ETV Bharat / city

ରାଜଧାନୀରେ ୮ ଘଣ୍ଟା ଜଳଯୋଗାଣ ବନ୍ଦ, ସହଯୋଗ କରିବାକୁ ୱାଟକୋର ଅନୁରୋଧ - ୱାଟକୋ

ଆଜି(ଶୁକ୍ରବାର) ୮ଘଣ୍ଟା ପାଇଁ ବନ୍ଦ ରହିଛି ଯୋଗାଣ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ୮ଘଣ୍ଟା ଜଳଯୋଗାଣ ବନ୍ଦ, ସହଯୋଗ କରିବାକୁ ୱାଟକୋର ଅନୁରୋଧ
ରାଜଧାନୀରେ ୮ଘଣ୍ଟା ଜଳଯୋଗାଣ ବନ୍ଦ, ସହଯୋଗ କରିବାକୁ ୱାଟକୋର ଅନୁରୋଧ

By

Published : Oct 8, 2021, 10:34 AM IST

ଭୁବନେଶ୍ବର:ସ୍ମାର୍ଟ ସିଟିରେ କିଛି ଘଣ୍ଟା ପାଇଁ ବନ୍ଦ ରହିଛି ଜଳ ଯୋଗାଣ । ଆଜି(ଶୁକ୍ରବାର) ୮ଘଣ୍ଟା ପାଇଁ ବନ୍ଦ ରହିଛି ଯୋଗାଣ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ୱାର୍ଟର କର୍ପୋରେସନ ଅଫ୍ ଓଡିଶା ଲିମିଟେଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପଳାଶୁଣୀ ନିକଟରେ ଜଳଯୋଗାଣ ପାଇପ୍ ଳାଇନ୍ ମରାମତି ହେବାକୁ ଥିବାରୁ ସକାଳ ସହର ଭିତରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ପାଇଁ ନିଷ୍ପତ୍ତି ନିଆଯାଇଛି । ଜଳଯୋଗାଣ ବନ୍ଦ ରହୁଥିବାରୁ ଲୋକମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ିପାରେ । ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆଗୁଆ ପାଣି ସଜ ରଖିବାକୁ କୁହାଯାଇଛି । ରାଜଧାନାବାସୀଙ୍କୁ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛି ୱାଟକୋ ।

ୟୁନିଟ-9, ଖାରବେଳ ନଗର, ସୈନିକ ସ୍କୁଲ, ବ୍ରିଟ କଲୋନି, ଚିନ୍ତାମଣୀଶ୍ବର, ଲକ୍ଷ୍ମୀସାଗର,ବମିଖାଲ, ଶହୀଦ ନଗର, ଭିଏସଏସ ନଗର ଓ ଏହାର ଆଖପାଖି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ପାଇପ ଲାଇନ କାମ ପରେ ପୁଣି ଜଳ ଯୋଗାଣ ସ୍ବଭାବିକ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details