ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିଛି(flood in Odisha) । ଏହାକୁ ନେଇ ଏକ ଅନଲାଇନ୍ ସମୀକ୍ଷା ବୈଠକ କରିଛନ୍ତି ଜଳ ସମ୍ପଦମନ୍ତ୍ରୀ ଟୁକୁନୀ ସାହୁ(Tukuni Sahu hold a flood control review meeting) । ଏହି ବୈଠକରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କ ସହ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
ଏହି ବୈଠକରେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ମୁକାବିକା ପ୍ରସ୍ତୁତିକୁ ଆହୁରି ବ୍ୟାପକ କରିବାକୁ ଆଲୋଚନା ହୋଇଛି । ଅବପାତ ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଓ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି । ଫଳରେ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଉତ୍ପନ୍ନ ହୋଇଛି (flood in north Odisha )।