ଓଡିଶା

odisha

ETV Bharat / city

Odisha Assembly Winter Session: ଅଣ ମୌସୁମୀରେ ମହାନଦୀରେ କେତେ ଜଳ କମିଛି ? - mahanadi water dispute matter in odisha assembly

ମହାନଦୀ(Mahanadi River)ରେ ଅଣ ମୌସୁମୀ ସମୟରେ କେତେ ଜଳ ପ୍ରବାହିତ ହେଉଛି । କେତେ ଜଳ ଆସିବା କମିଛି। ମହାନଦୀରେ ଜଳ ପ୍ରବାହ ରୋକିବା ପାଇଁ ଛତିଶଗଡ କେତୋଟି ଡ୍ୟାମ ନିର୍ମାଣ କରିଛି ? ଏହି ସମସ୍ତ ପ୍ରଶ୍ନ ଆଜି ବିଧାନସଭା (Odisha assembly)ରେ ପଚାରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି(Congress MLA Tara Prasad bahini pati)। ଅଧିକ ପଢନ୍ତୁ

Odisha Assembly Winter Session
Odisha Assembly Winter Session

By

Published : Dec 9, 2021, 1:55 PM IST

ଭୁବନେଶ୍ବର: ମହାନଦୀ(Mahanadi River)ରେ ଅଣ ମୌସୁମୀ ସମୟରେ କେତେ ଜଳ ପ୍ରବାହିତ ହେଉଛି । କେତେ ଜଳ ଆସିବା କମିଛି । ମହାନଦୀରେ ଜଳ ପ୍ରବାହ ରୋକିବା ପାଇଁ ଛତିଶଗଡ କେତୋଟି ଡ୍ୟାମ ନିର୍ମାଣ କରିଛି ? ଏହି ସମସ୍ତ ପ୍ରଶ୍ନ ଆଜି ବିଧାନସଭା (Odisha assembly)ରେ ପଚାରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି(Congress MLA Tara Prasad bahini pati) ।

ଜବାବରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ(Odisha Water Resources Minister Raghunandan Das) କହିଛନ୍ତି ମହାନଦୀ ଉପର ମୁଣ୍ଡରେ ଥିବା ଛତିଶଗଡ ସରକାର ନିଜ ରାଜ୍ୟ ପରିସୀମା ମଧ୍ୟରେ ମହାନଦୀ ଉପରେ ୫୧୬ ଚେକ ଡ୍ୟାମ ନିର୍ମାଣ କରିଛନ୍ତି । ଏହି ଚେକ ଡ୍ୟାମ ନିର୍ମାଣ ଦ୍ବାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦ ଠାରେ ମହନଦୀକୁ ଜଳ ପ୍ରବାହ କମିଛି । ହୀରାକୁଦ ଜଳଭଣ୍ଡାର(Hirakud Dam)କୁ ୨ ମିଲିଅନ ଏକର ଫୁଟ ମୌସୁମୀ ଜଳ ପ୍ରବାହ ଆସିବାକୁ ଥିବା ବେଳେ ଗତ ୧୯୯୧-୯୨ ରୁ ୨୦୦୪-୦୫ ମଧ୍ୟରେ ହାରାହାରି ୪ ପ୍ରତିଶତ ଏବଂ ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ୩୭ ପ୍ରତିଶତ ଜଳ ପ୍ରବାହ କମିଛି।

ସେହିପରି ୨୦୧୬-୧୭ ରେ ୬୫ ପ୍ରତିଶତ, ୨୦୧୭-୧୮ ରେ ୬୧ ପ୍ରତିଶତ, ୨୦୧୮-୧୯ ରେ ୫୭ ପ୍ରତିଶତ ଏବଂ ୨୦୧୯-୨୦ ରେ ୩ ପ୍ରତିଶତ ଜଳପ୍ରବାହ କମିଛି ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details