ଓଡିଶା

odisha

ETV Bharat / city

ନବୀନ ନିବାସ ସାମନାରେ ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ - ଭୁବନେଶ୍ବର ସ୍ମାର୍ଟସିଟି

ଭୁବନେଶ୍ବର ସ୍ମାର୍ଟସିଟି ବୋଲି ଜୋରଦାର ପ୍ରଚାର ହେଉଛି । କିନ୍ତୁ ଏଠାରେ ସ୍ମାର୍ଟ ଲୋକେ ଜଳଘେରରେ ବନ୍ଦୀ ହୋଇ ରହୁଛନ୍ତି । ଅଧିକ ପଢନ୍ତୁ...

ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ

By

Published : Oct 24, 2019, 11:18 PM IST

ଭୁବନେଶ୍ବର: ଭଲ କରି ଦେଖନ୍ତୁ ତଳେ ଥିବା ଦୃଶ୍ୟକୁ । ଏହା ହେଉଛି ନବୀନ ନିବାସ ପଛପଟ ନୂଆ ଫରେଷ୍ଟପାର୍କ କଲୋନୀର । ଏହି ବାଟ ଦେଇ 7 ନମ୍ବର ଡ୍ରେନ ଯାଇଛି । ତେବେ ଏହି ଡ୍ରେନଟି ଖୁବ ଅଣଓସାରିଆ ହୋଇଛି । ଫଳରେ ଏଥିରେ ଆସୁଥିବା ବର୍ଷା ପାଣି ଠିକ ଭାବରେ ଯାଇନପାରି ଘରେ ପଶୁଛି । ପୁରା ସହରର କଥା ଦୂର, ଖୋଦ ମୁଖ୍ୟମନ୍ତ୍ରୀଙ୍କ ଘର ପଛପାଖ ଦୃଶ୍ୟ ତ ଏପରି । ତେବେ ବାକି ସହରର ଅବସ୍ଥା ସହଜେ ଅନୁମେୟ ।

ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ

ସରକାର ବିଭିନ୍ନ ପ୍ରକାର ଯୋଜନା କରି ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଛନ୍ତି । ହେଲେ ପ୍ରକୃତ ଦୃଶ୍ୟ କିଛି ଅଲଗା । ଭୁବନେଶ୍ବର ସ୍ମାର୍ଟସିଟି ବୋଲି ଜୋରଦାର ପ୍ରଚାର ହେଉଛି । କିନ୍ତୁ ଏଠାରେ ସ୍ମାର୍ଟ ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି । ତେବେ ଏହି ଅଞ୍ଚଳରେ କେବଳ ସାଧାରଣ ଲୋକେ ରହୁନାହାନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଭଳି ଶାସକ ଦଳର ବହୁ ବରିଷ୍ଠ ନେତା ରହୁଛନ୍ତି । ତଥାପି ମଧ୍ୟ ଏହି ଅଞ୍ଚଳ ସର୍ବଦା ଜଳବନ୍ଦୀ ହୋଇରହୁଛି ।

ପ୍ରଶାସନ ପକ୍ଷରୁ ଏହାର ସମାଧାନ ଦିଗରେ କୌଣସି ପ୍ରକାର ଆନ୍ତରିକତା ପ୍ରକାଶ କରାଯାଉନଥିବା ଏଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି । କୌଣସି ସ୍ଥାନକୁ ଯିବାକୁ ହେଲେ ଆଣ୍ଠୁଏ ପାଣିରେ ନଚେତ ଗାଡି ନେଇ ସେହି ପାଣିରେ ଯିବାକୁ ପଡୁଛି । ଏପରିକି ସ୍କୁଲ ଯାଉଥିବା ପିଲାଏ ମଧ୍ୟ ଏହି ପାଣିରେ ଯିବା ଆସିବା କରୁଛନ୍ତି । ଗୋଟିଏ ପଟେ ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ ପାଳନ ହେଉଛି । ବାଣ ଫୁଟାଇ ଦଳୀୟ କର୍ମୀ ଖୁସି ମନାଉଛନ୍ତି । ଆଉ ଏପଟେ ପାଣି ଘେରରେ ରହିଛନ୍ତି ଅଞ୍ଚଳବାସୀ । ଜଳ ନିଷ୍କାସନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସୂଚନାଯୋଗ୍ୟ କି ନବୀନ ନିବାସ ପଛପଟେ ଏହା ହେଉଛି ନୂଆ ଫରେଷ୍ଟ ପାର୍କ କଲୋନୀର ଦୃଶ୍ୟ । ଏହି ପଟ ଦେଇ ଯାଇଥିବା 7 ନମ୍ବର ଡ୍ରେନର ଅବସ୍ଥା ସବୁବେଳେ ଏହିପରି । ଅଣଓସାରିଆ ଡ୍ରେନରେ ବର୍ଷାପାଣି ଠିକ ଭାବରେ ନିଷ୍କାସନ ହୋଇପାରେନି । ଫଳରେ ରାସ୍ତା ଏପରିକି ଘର ଭିତରେ ମଧ୍ୟ ପାଣି ପଶିଯାଏ ବୋଲି ଲୋକେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details