ଭୁବନେଶ୍ବର:ଜାରି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ବର ବେହାଲ । ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ଜଳବନ୍ଦୀ ଅବସ୍ଥାରେ ରହିଛି । ଜଳବନ୍ଦୀ ସମସ୍ୟା ନେଇ ସହରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି ହାଉସିଂ ଆଣ୍ଡ ଅରବାନ ଡେଭଲପମେଣ୍ଟ ବିଭାଗର ନିର୍ବାହୀ ଯନ୍ତ୍ରୀ । ଅନେକ ସ୍ଥାନରେ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଥିବା ଯନ୍ତ୍ରୀ କହିଛନ୍ତି ।
ସ୍ଥିତି ଅନୁଧ୍ୟାନ କରିବା ପରେ ଯନ୍ତ୍ରୀ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସ୍ବରେଜ କାମ ତ୍ବରାନିତ ବେଗରେ ଚାଲିଛି। ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯକ୍ଷମ ହୋଇସାରିଛି। ସ୍ବରେଜର ଜଳକୁ ସ୍ବଚ୍ଛ ଜଳରେ ପରିଣତ କରି ଗଙ୍ଗୁଆ ନାଳରେ ଛଡାଯାଉଛି । ତେଣୁ ସହରର ବିଭିନ୍ନ ସ୍ଥାନରେ ସ୍ବେରେଜ ଲାଇନ ପାଇଁ କାମ ଯୁଦ୍ଧକାଳୀନ ଭିତିରେ କାମ ଜାରି ରହିଥିବାବେଳେ ଫେବୃଆରୀ ମାସ ଶେଷ ସୁଦ୍ଧା କାମ ସାରିବା ଲକ୍ଷ ରଖାଯାଇଛି ।