ଓଡିଶା

odisha

ETV Bharat / city

ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା - ଜଳ ସଂରକ୍ଷଣର ବାର୍ତ୍ତା

ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀରେ ଏଭଳି କିଛି କଥା ବସ୍ତୁକୁ ନେଇ ଚିତ୍ର ଅଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

By

Published : Aug 1, 2019, 3:22 AM IST

ଭୁବନେଶ୍ବର: ତୁଳୀ ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି ଶିଳ୍ପୀ । ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀରେ ଏଭଳି କିଛି କଥା ବସ୍ତୁକୁ ନେଇ ଚିତ୍ର ଅଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ 15 ଜଣ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି । ନୂଆଦିଲ୍ଲୀର ଏକ ସ୍ବଚ୍ଛାସେବୀ ସଙ୍ଗଠନ "ସ୍ବେଟ୍ଟା" ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛି । କିଭଳି ଓଡ଼ିଶାର ସାନ୍ତାଳୀ ଜନଜାତି ପାଣିର ବ୍ୟବହାର ଓ ସଂରକ୍ଷଣ କରନ୍ତି ତାହା ଏହି ପ୍ରତିଯୋଗିତାର ମୂଳ ଲକ୍ଷ ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ଏହି ପ୍ରତିଯୋଗିତାର ଶେଷ ଦିନରେ ସର୍ବ ଶ୍ରେଷ୍ଠ 3 ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ରଥମ ବିଜେତାଙ୍କୁ 30ହାଜର, ଦ୍ୱତୀୟଙ୍କୁ 25ହଜାର ଓ ତୃତୀୟଙ୍କୁ 20ହଜାର ଟଙ୍କା ପ୍ରଦାନକରାଯିବ ବୋଲି "ସ୍ବେଟ୍ଟା" ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଭାଗ ନେଇଥିବା 15 ଜଣ ଚିତ୍ରଶିଳ୍ପୀ ଓଡ଼ିଶାର ହୋଇଥିବା ବେଳେ ଓଡ଼ିଶାର ସାନ୍ତାଳୀ ସମ୍ପ୍ରଦାୟରକୁ କେତେ ନିକଟରୁ ଜାଣିଛନ୍ତି ତାହା ମଧ୍ୟ ଚିତ୍ର ମାଧ୍ୟମରେ ଜଣାଯିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details