ଓଡିଶା

odisha

ETV Bharat / city

ଜାଣନ୍ତୁ, କେମିତି ହୁଏ ରାପିଡ ଟେଷ୍ଟିଂ

କୋରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ରାପିଡ ଟେଷ୍ଟିଂ । ତେବେ ଆପଣ ଜାଣନ୍ତି କି, କଣ ଏହି ରାପିଡ ଟେଷ୍ଟିଂ ପ୍ରକ୍ରିୟା ? ଅଧିକ ପଢ଼ନ୍ତୁ...

By

Published : Apr 22, 2020, 11:01 PM IST

watch-how-rapid-testing-works
ଜାଣନ୍ତୁ, କେମିତି ହୁଏ ରାପିଡ ଟେଷ୍ଟିଂ

ଭୁବନେଶ୍ବର: ବିଶ୍ବରେ ଜାରି ରହିଛି କୋରୋନା ମହାମାରୀର ସଙ୍କଟ । 25 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ କୋରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଏବେ ବି ଜାରି ରହିଛି ଟେଷ୍ଟିଂ ପ୍ରକ୍ରିୟା । ତେବେ ଭାରତ ସମେତ ଅନେକ ଦେଶ ରାପିଡ ଟେଷ୍ଟିଂ ପ୍ରକ୍ରିୟାକୁ ଆପଣେଛନ୍ତି । ଆଉ ଏହି ଧାରାରେ ସାମିଲ ହୋଇଛି ଓଡିଶା । କୋରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ରାଜଧାନୀରେ ଆରମ୍ଭ ହୋଇଛି ରାପିଡ ଟେଷ୍ଟିଂ । ତେବେ ଆପଣ ଜାଣନ୍ତି କି, କଣ ଏହି ରାପିଡ ଟେଷ୍ଟିଂ ପ୍ରକ୍ରିୟା...

ଜାଣନ୍ତୁ, କେମିତି ହୁଏ ରାପିଡ ଟେଷ୍ଟିଂ

ଜଣେ ସାଧାରଣ ଲୋକର ଭେନରୁ ଏକ ସିରିଞ୍ଜ ଯୋଗେ ୨୦ ଏମଏଲ ରକ୍ତ ନମୁନା ସଂଗ୍ରହ କରାଯାଏ । ପରେ ସଂଗୃହିତ ରକ୍ତକୁ ଏକ ଟେଷ୍ଟଟ୍ୟୁବ ଭାଲଭ୍‌ରେ ରଖାଯାଏ । ଟେଷ୍ଟ ଟ୍ୟୁବ ଭାଲଭ୍‌କୁ ସଠିକ ଭାବେ ନାମିତି କରାଯାଏ । ଏହା ପରର ସମସ୍ତ କାମ କରେ କରୋନା ଟେଷ୍ଟିଂ କିଟ୍ । ତେବେ ଏହି ଟେଷ୍ଟିଂ କିଟରେ ରହିଛି ଦୁଇ ପ୍ରକାରର କ୍ୟାସେଟ । ଗୋଟିଏ IgG ଆଉ ଅନ୍ୟଟି IgM । ଏହି ଦୁଇ କ୍ୟାସେଟର ରକ୍ତର ବିନ୍ଦୁକୁ ଏକ ସ୍ବତନ୍ତ୍ର କେମିକାଲ ସହ ମିଶ୍ରଣ କରାଯାଏ । ପରେ କ୍ୟାସେଟରେ ଥିବା ଦୁଇ ସୂଚକାଙ୍କ ରକ୍ତ ନମୁନା ରିପୋର୍ଟ ସମ୍ପର୍କରେ ସୂଚନା ଦେଇଥାଏ । ଏଥିପାଇଁ 10ରୁ 15 ମିନିଟ ସମୟ ଲାଗିଥାଏ ।

ତେବେ ଉଭୟ କ୍ୟାସେଟରେ ରହିଥାଏ ଦୁଇଟି ସୂଚକାଙ୍କ । T ଏବଂ C । ଯଦି ରକ୍ତ ନମୁନା C ଅତିକ୍ରମ କରି T ପର୍ଯ୍ୟନ୍ତ ଯାଇଥାଏ । ତେବେ ଉକ୍ତ ବ୍ୟକ୍ତିଙ୍କୁ ସଂଦିଗ୍ଧ ଭାବେ ଚିହ୍ନଟ କରାଯାଏ । ପରେ ତାଙ୍କ ରକ୍ତ ନମୁନାକୁ ସ୍ବାବ ଟେଷ୍ଟିଂ ପାଇଁ RMRC କୁ ପଠାଯାଇଥାଏ ଏବଂ ସେହି ବ୍ୟକ୍ତିଙ୍କୁ ଆସୋଲେସନରେ ରଖାଯାଇଥାଏ । ଏହି ରାପିଡ ଟେଷ୍ଟିଂ ପ୍ରକିୟା ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହାଦ୍ବାରା ଶୀଘ୍ର ଏବଂ ସହଜରେ ସଂଦିଗ୍ଧଙ୍କୁ ଚିହ୍ନଟ କରାଯାଇ ପାରୁଛି ।

ତେବେ ମଙ୍ଗଳବାର ରାଜ୍ୟରେ ହୋଇଛି ରେକର୍ଡ ସଂଖ୍ୟକ ରାପିଡ ଟେଷ୍ଟିଂ । ଅନ୍ୟପଟେ ରାପିଡ ଟେଷ୍ଟିଂରେ ତୃଟି ଦେଖାଯାଉ ଥିବାରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟିଂକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି IMRC । ତେବେ ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷପ ଉପରେ ସମସ୍ତଙ୍କ ନଜର....

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details