ଭୁବନେଶ୍ବର: ଲକ୍ଡାଉନ୍ ପାଇଁ ସବୁଆଡେ ଶୂନଶାନ। ନା ଘରେ କର୍ମୀଙ୍କ ଭିଡ ଅଛି ନା କୌଣସି ରାଜନୈତିକ କାର୍ଯ୍ୟକ୍ରମ। ତେବେ ବ୍ୟସ୍ତତା ଭିତରେ ରହୁଥିବା ନେତା ଓ ବିଧାୟକ ଲାକଡାଉନ ସମୟରେ କିପରି ନିଜକୁ ନିୟୋଜିତ କରୁଛନ୍ତି ତାହା ଦେଖାଇବୁ ଆମେ।
ପ୍ରଥମେ ଆରମ୍ଭ କରିବା କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମଙ୍କଠାରୁ। ଲାକଡାଉନ ପୂର୍ବରୁ ଲୋକଙ୍କୁ ସଚେତନ କରୁଥିଲେ। ମାସ୍କ, ସାନିଟାଇଜର ବାଣ୍ଟୁଥିଲେ। ଆଉ ଏବେ ପୂରା ସମୟ ଘରେ କାଟୁଛନ୍ତି। ତା ପୁଣି ବସି ବସି ନୁହେଁ। ନିଜ ଫାର୍ମ ହାଉସରେ ବୁଲି କାମ କରୁଛନ୍ତି। ସକାଳୁ ସକାଳୁ କିଛି ହାଲ୍କା ଯୋଗ, ବ୍ୟାୟାମ କରି ବାହାରି ଯାଉଛନ୍ତି ନିଜ ଫାର୍ମ ହାଉସକୁ। କିଛି ସମୟ ବିତାଇ ପୁଣି ଘରକୁ ଫେରି ଆସୁଛନ୍ତି। ଏଭଳି ସମୟରେ ଅନେକ, ଘରେ ବସି ବୋର ହେଉଥିବାବେଳେ ତାଙ୍କର ଏହି ବାର୍ତ୍ତା ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ ।
ସେପଟେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସମୟରେ ନିଜ ବାସଭବନରେ କିଛି ବହି ପଢ଼ୁଥିବା ଦେଖିବାକୁ ପାଇଥିଲୁ। ଲକ୍ଡାଉନ୍ ଲାଗୁ ହୋଇଥିବାରୁ ନିଜ ନିର୍ବାଚନ ମଣ୍ଡଳୀ ଯିବାର ଝିନଝଟ ନାହିଁ। ତେଣୁ ନା କର୍ମୀ କେହି ଆସୁଛନ୍ତି ନା ସେ କର୍ମୀଙ୍କ ନିକଟକୁ ଯାଉଛନ୍ତି। ଏପରି ସମୟରେ ସେ ବହି ପଢୁଥିବା ଜଣାପଡିଛି ।