ଓଡିଶା

odisha

ETV Bharat / city

ବାଧିଲା ତେଲ ଦର, ଲୁନା ଛାଡି ଗଧ ବ୍ୟବହାର କଲେ ରଜକ - ତେଲ ଦର ବାଧିଲା

ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ଅସହ୍ୟ ହେଲାଣି । ପେଟ୍ରୋଲ ଦର ବର୍ତ୍ତମାନ ଶହେ ପାର କଲାଣି । ଏ ଭଳି ସ୍ଥିତିରେ ଦୁଇ ଚକିଆ ଯାନ ବଦଳରେ ବ୍ୟବହାର କରୁଛନ୍ତି ଗଧ। ଏ ଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ରାୟଦୁର୍ଗମରେ । ଅଧିକ ପଢନ୍ତୁ...

washerman got donkey cart
ତେଲ ଦର ବାଧିଲା, ଲୁନା ଛାଡି ଗଧ ବ୍ୟବହାର କଲେ ଧୋବା

By

Published : Jun 20, 2021, 7:04 PM IST

ଅମରାବତୀ:ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ଅସହ୍ୟ ହେଲାଣି । ପେଟ୍ରୋଲ ଦର ବର୍ତ୍ତମାନ ଶହେ ପାର କଲାଣି । ସାଧାରଣ ଲୋକେ ଆଉ ପେଟ୍ରୋଲ ପକାଇବା ଅସମ୍ଭବ ହେଲାଣି । ଏ ଭଳି ସ୍ଥିତିରେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ନିଆର ଉପାୟ ଅବଲମ୍ବନ କରିଛନ୍ତି ଜଣେ ବ୍ୟକ୍ତି । ଦୁଇ ଚକିଆ ଯାନ ବଦଳରେ ବ୍ୟବହାର କରୁଛନ୍ତି ଗଧ। ଏ ଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ରାୟଦୁର୍ଗମରେ ।

ତେଲ ଦର ବାଧିଲା, ଲୁନା ଛାଡି ଗଧ ବ୍ୟବହାର କଲେ ଧୋବା

ରାୟଦୁର୍ଗମର ଲୋକଙ୍କ ପୋଷାକ ସଫା କରୁଥିବା ଜଣେ ରଜକ ଲୁନା ଗାଡି ବଦଳରେ ଏବେ ବ୍ୟବହାର କରୁଛନ୍ତି ଗଧ । ସୁରେଶ କହିଛନ୍ତି ଯେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ମୁଁ ଏକ ଲୁନା ଗାଡି ବ୍ୟବହାର କରି ପ୍ରତିଦିନ 20 କିଲୋମିଟର ପର୍ଯ୍ୟନ୍ତ ଯାଇ ସଂଗ୍ରହ କରୁଥିଲି । ଦୈନିକ ନିଜର ଆୟ 100 ରୁ 200 ହେଉଥିବାବେଳେ ବର୍ତ୍ତମାନ 100 ପାର କଲାଣି ପେଟ୍ରୋଲ ଦର ଯାହା ପକେଟକୁ ବାଧୁଛି । ଏ ଭଳି ସ୍ଥିତିରେ ଏକ ଉପାୟ ଅବଲମ୍ବନ କରି ଏକ ଗଧ କିଣିଛନ୍ତି । ଏହି ଗଧ ସହିତ ଶଗଡ ବ୍ୟବହାର କରି ଗଧ ଶଗଡ ତିଆରି କରିଛନ୍ତି । ଯାହା ତାଙ୍କୁ ଦୈନିକ ଡ୍ରେସପଟା ସଂଗ୍ରହ କରିବାରେ ସାହାର୍ଯ୍ୟ କରିବା ସହ କମ ଖର୍ଚ୍ଚ ମଧ୍ୟ ହେଉଛି । ସେ ଗଧ କିଣିବା ପାଇଁ 16 ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ଶଗଡ କିଣିବା ପାଇଁ 10 ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।

ସେପଟେ ତାଙ୍କର ଏହି ଗଧ ଶଗଡକୁ ଦେଖି ଅନ୍ୟମାନେ ମଧ୍ୟ ଏ ଭଳି ଶଗଡ ବ୍ୟବହାର କରିବା ପାଇଁ ମନବଳାଇଛନ୍ତି । ବର୍ତମାନ ଗଧର ଚାହିଦାକୁ ଦେଖି ଗଧର ବିକ୍ରୟ ଦର 15 ରୁ 25 ହଜାର ଟଙ୍କା ବୃଦ୍ଧି ପାଇଛି। ସେପଟେ ଉପଯୁକ୍ତ ମୂଲ୍ୟରେ ଗଧ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ଲୋକେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details