ଭୁବନେଶ୍ବର: କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଶିକ୍ଷକ । ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ଅକ୍ଟୋବର 8 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ତାଗିଦ। କାର୍ଯ୍ୟରେ ଯୋଗନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ DEOଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠତାକୁ ପଦୋନ୍ନତି ଦିଆଯିବା ସହ ବଦଳି କରାଯାଇଛି, ସେହି ଶିକ୍ଷକ ଏବଂ ପ୍ରଧାନଶିକ୍ଷକ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି । ତେଣୁ ସେହି ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି।
କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଶିକ୍ଷକ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗଣଶିକ୍ଷା ବିଭାଗର ସଜବାଜ - warning letter for newly appointed headmasters
କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଶିକ୍ଷକ । ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ଅକ୍ଟୋବର 8 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ତାଗିଦ। ଅଧିକ ପଢନ୍ତୁ...
କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଶିକ୍ଷକ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗଣଶିକ୍ଷା ବିଭାଗର ସଜବାଜ
ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ଏନେଇ ଲେଖାଯାଇଛି ଚିଠି। ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ୧୦୯୭ ଜୁନିୟର ଏସଇଏସ ଶିକ୍ଷକଙ୍କୁ ସିନିୟର ଏସଇଏସ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିଲା। ସେମାନଙ୍କୁ ସପ୍ତାହକ ମଧ୍ୟରେ ପୋଷ୍ଟିଂ ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏଯାଏଁ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ