ଓଡିଶା

odisha

ହଷ୍ଟେଲ ଛାତ୍ରଙ୍କୁ ମାଡ ଘଟଣା, ୱାର୍ଡେନ ଗିରଫ

ଗାନ୍ଧୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ହଷ୍ଟେଲ ଛାତ୍ରଙ୍କୁ ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ହଷ୍ଟେଲ ୱାର୍ଡେନ ଗିରଫ। ଗିରଫ କଲା ଖଣ୍ଡଗିରି ପୋଲିସ।

By

Published : Aug 20, 2019, 5:44 PM IST

Published : Aug 20, 2019, 5:44 PM IST

ହଷ୍ଟେଲରେ ଛାତ୍ରଙ୍କୁ ମାଡ ଘଟଣା, ୱାର୍ଡେନ ଗିରଫ

ଭୁବନେଶ୍ବର: ରାଜଧାନୀ ଗାନ୍ଧୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ହଷ୍ଟେଲ ଛାତ୍ରଙ୍କୁ ମାଡ ମାରିବାର ଭିଡ଼ିଓ ଭାଇରାଲ ଘଟଣା । ହଷ୍ଟେଲ ୱାର୍ଡେନ ଗିରଫ। ଗିରଫ କଲା ଖଣ୍ଡଗିରି ପୋଲିସ।

ହଷ୍ଟେଲରେ ଛାତ୍ରଙ୍କୁ ମାଡ ଘଟଣା, ୱାର୍ଡେନ ଗିରଫ


ନିକଟରେ ଗାନ୍ଧୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ହଷ୍ଟେଲ ଛାତ୍ରଙ୍କୁ ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଖୋଦ କଲେଜ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । କଲେଜ କର୍ତ୍ତୃପକ୍ଷ କହିଛନ୍ତି ଏପରି ଘଟଣା ନିନ୍ଦନୀୟ। ଏନେଇ କଲେଜ କର୍ତ୍ତୃପକ୍ଷ ଖଣ୍ଡଗିରି ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ।

ତେବେ ମଙ୍ଗଳବାର ଦିନ ୱାର୍ଡେନ ବିଶ୍ବରଞ୍ଜନ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରୀକ୍ଷାରେ କମ୍‌ ନମ୍ବର ରଖିଥିବାକୁ ନେଇ ୱାର୍ଡେନ ଦୁଇ ପିଲାଙ୍କୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details