ଓଡିଶା

odisha

By

Published : Dec 4, 2020, 7:05 PM IST

ETV Bharat / city

ଚାଲିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଜାନୁୟାରୀ 15ରେ ଆସିବ ନୂଆ ଲିଷ୍ଟ

ଆସନ୍ତା ଜାନୁୟାରୀ ମାସ 15 ତାରିଖରେ ପ୍ରକାଶ ପାଇବ 2021 ବର୍ଷ ପାଇଁ ନୂଆ ଭୋଟର ତାଲିକା । ଏଥିପାଇଁ ଗତ ନଭେମ୍ବର 16 ତାରିଖ ଠାରୁ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଯାହାକି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଅଧିକ ପଢନ୍ତୁ...

ଚାଲିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଚାଲିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ମାସ 15 ତାରିଖରେ ପ୍ରକାଶ ପାଇବ 2021 ବର୍ଷ ପାଇଁ ନୂଆ ଭୋଟର ତାଲିକା । ଏଥିପାଇଁ ଗତ ନଭେମ୍ବର 16 ତାରିଖ ଠାରୁ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାକି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେଣୁ ଏହାର ସୁଯୋଗ ନେବାକୁ ରାଜ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର ଲୋହାନି ଓଡ଼ିଶାର ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ଚାଲିଛି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଆଜି ଅପରାହ୍ନରେ ଆୟୋଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋହାନି କହିଛନ୍ତି ଯେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟା ମଧ୍ୟରେ 2021 ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷରେ ପଦାର୍ପଣ କରୁଥିବ କିମ୍ବା ତା ଠାରୁ ଅଧିକ ବୟସର ନାଗରିକମାନେ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିପାରିବେ । ସାରା ରାଜ୍ୟରେ ବୁଥ ସ୍ତରରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଏହି ଅବସରରେ ଲୋକେ ସେମାନଙ୍କ ନାମ ଯୋଡିବା, କାଟିବା ଓ ସଂଶୋଧନ କରିପାରିବେ ।

ଏଥିପାଇଁ ଯଥାକ୍ରମେ ଫର୍ମ 6, 7 ଓ 8 କୁ ବ୍ୟବହାର କରିପାରିବେ । ଏଥିସହିତ ଗୋଟିଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ନିଜ ନାମ ସ୍ଥାନାନ୍ତର କରିବା ପାଇଁ ଫର୍ମ 8-ଏ ର ବ୍ୟବହାର କରିବେ । ଏହି ସଂଶୋଧନ ପ୍ରକ୍ରିୟା ଉଭୟ ଅନଲାଇନ ଓ ଅଫ୍ ଲାଇନରେ ହେଉଥିବା ବେଳେ ଏଥିପାଇଁ ଫଟୋ, ଜନ୍ମ ତାରିଖର ପ୍ରମାଣପତ୍ର ଓ ବାସସ୍ଥାନର ପ୍ରମାଣପତ୍ର ଦେବାକୁ ହେବ । ଅନଲାଇନରେ www.nvsp.in ମାଧ୍ୟମରେ ଦରଖାସ୍ତ କରିପାରିବେ କିମ୍ବା ଭୋଟର ମୋବାଇଲ ହେଲ୍ପ ଲାଇନ ମୋବାଇଲ ଆପ୍ ଯୋଗେ ମଧ୍ୟ ଏହା କରିପାରିବେ ।

ଅଫଲାଇନରେ ଏହା ବୁଥ ଲେବୁଲରେ ଥିବା ଅଧିକାରୀଙ୍କ ପାଖକୁ ଯାଇ ଦରଖାସ୍ତ କରିପାରିବେ । ଡିସେମ୍ବର 15 ରୁ ଜାନୁୟାରୀ 15 ମଧ୍ୟରେ ଆସିଥିବା ସମେତ ଦରଖାସ୍ତର ଯାଞ୍ଚ କରାଯିବ । ଏହାପରେ ଉପଯୁକ୍ତ ପାର୍ଥିଙ୍କ ନାମକୁ ସବ କଲେକ୍ଟର ଭୋଟର ତାଲିକାରେ ସ୍ଥାନିତ କରିବେ । ଯାହାକି ଆସନ୍ତା ଜାନୁୟାରୀ 15 ତାରିଖରେ ଚୂଡାନ୍ତ ଭୋଟର ତାଲିକା ଭାବେ ପ୍ରକାଶ ପାଇବ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details