ଓଡିଶା

odisha

ETV Bharat / city

ନୂଆ ଭୋଟର ତାଲିକା ସହ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ - ସ୍ଵତନ୍ତ୍ର ସଂକ୍ଷିପ୍ତ ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଆସନ୍ତା ଜାନୁୟାରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ, ସେମାନେ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ଫର୍ମ ଆବେଦନ କରିପାରିବେ । ଏହାସହ ଭୋଟ ପରିଚୟ ପତ୍ର ତ୍ରୁଟି ଥିଲେ ମଧ୍ୟ ଆବେଦନ କରିପାରିବେ । ଅଧିକ ପଢନ୍ତୁ..

voter list correction process starts in odisha
ନୂଆ ଭୋଟର ତାଲିକା ସହ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ

By

Published : Nov 17, 2020, 10:03 PM IST

ଭୁବନେଶ୍ବର : ସ୍ଵତନ୍ତ୍ର ସଂକ୍ଷିପ୍ତ ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଆଜି ଭୋଟର ତାଲିକା ସଂଶୋଧନ ତାଲିକା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।

ନୂଆ ଭୋଟର ତାଲିକା ସହ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ

ରାଜ୍ୟର ସବୁ ଭୋଟ ଗ୍ରହଣ କେନ୍ଦ୍ର ଓ ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସମସ୍ତ ତହସିଲ ଅଫିସରେ ୧୬ ନଭେମ୍ବରରେ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଛି । ଆସନ୍ତା ଜାନୁୟାରୀ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହୋଇଥିବ, ସେମାନେ ଭୋଟର ତାଲିକାରେ ପଞ୍ଜିକରଣ ନିମନ୍ତେ ଫର୍ମ ଆବେଦନ କରିପାରିବେ । ଏହାସହ ଭୋଟ ପରିଚୟ ପତ୍ର ତ୍ରୁଟି ଥିଲେ ମଧ୍ୟ ଆବେଦନ କରିପାରିବେ । ରାଜ୍ୟର ନୂତନ ଭୋଟରମାନଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ ଭୋଟର ତାଲିକା ସହ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ

ଏହି କାର୍ଯ୍ୟକ୍ରମ ପାଇଁ ୪ଟି ସ୍ଵତନ୍ତ୍ର ଅଭିଯାନ ଦିବସ ଚଳିତ ମାସ ୨୮ ଓ ୨୯ ତାରିଖ ଓ ଆସନ୍ତା ଡିସେମ୍ବର ୫,୬ ତାରିଖକୁ ସ୍ଥିର କରାଯାଇଛି । ଏହିଦିନ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀ ରହି ଏହି କାର୍ଯ୍ୟ କରିବେ ।

ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟରମାନେ ମଧ୍ୟ www.nvsp.in କିମ୍ବା voter help lineରେ ଆବେଦନ କରିପାରିବେ । ସଂଶୋଧନ ପାଇଁ ଜାନୁଆରୀ ୫ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବ । ଜାନୁଆରୀ ୧୫ ତାରିଖରେ ସଂଶୋଧିତ ଭୋଟର ତାଲିକା ସବୁ ଭୋଟ ଗ୍ରହଣ କେନ୍ଦ୍ର ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅନ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details