ଓଡିଶା

odisha

ETV Bharat / city

ଏଣିକି ଅନଲାଇନରେ ମିଳିବ ଭୋଟ ପରିଚୟ ପତ୍ର - ଅନଲାଇନରେ ମିଳିବ ଭୋଟ ପରିଚୟ ପତ୍ର

ଅନଲାଇନରେ ଭୋଟ ପରିଚୟ ପତ୍ର ଉପଲବ୍ଧ ହେବ ବୋଲି ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Voter IDs card will available in online soon
'ଏଣିକି ଅନଲାଇନରେ ମିଳିବ ଭୋଟ ପରିଚୟ ପତ୍ର'

By

Published : Jan 25, 2021, 2:16 PM IST

Updated : Jan 25, 2021, 2:49 PM IST

ଭୁବନେଶ୍ବର:ଏଣିକି ମୋବାଇଲରେ ଡିଜିଟାଲ ଭୋଟ ପରିଚୟ ପତ୍ର ଦେଖାଇଲେ ନାଗରିକମାନେ ଭୋଟ ଦେଇପାରିବେ । ସେଥିପାଇଁ ଆଜି (ସୋମବାର)ଠାରୁ ଡିଜିଟାଲ ଫର୍ମାଟରେ ଭୋଟ ପରିଚୟ ପତ୍ର ଉପଲବ୍ଧ ହେବ । ଏହି ସମ୍ପର୍କରେ ନିର୍ବାଚନ ଅଧିକାରୀ ଏସ କେ ଲୋହାନୀ ୧୧ତମ ଜାତୀୟ ମତଦାତା ଦିବସ ଅବସରରେ ସୂଚନା ଦେଇଛନ୍ତି ।

ଏଣିକି ଅନଲାଇନରେ ମିଳିବ ଭୋଟ ପରିଚୟ ପତ୍ର

ସୋମବାରଠାରୁ 31ତାରିଖ ପର୍ଯ୍ୟନ୍ତ ନୂଆ ଭୋଟରମାନେ ସେମାନଙ୍କ ଭୋଟପରିଚୟ ପତ୍ର ପିଡ଼ିଏଫ ଫର୍ମାଟରେ ଡାଉନଲୋଡ଼ କରିପାରିବେ । ସାଧାରଣ ଭୋଟରମାନେ ଫେବୃୟାରୀ 1 ତାରିଖରୁ ଡାଉନଲୋଡ଼ କରିବେ । ମୋବାଇଲରେ ଏହି ଭୋଟ ପରିଚୟ ପତ୍ର ଦେଖାଇ ଭୋଟ ଦେଇ ହେବ । ଭୋଟ ପରିଚୟ ପତ୍ରକୁ ଡାଉନଲୋଡ କରିବା ପାଇଁ ଭୋଟରମାନେ voterportal.eci.gov.in ଅଥବା https://nvsp.in// ଏହି ଲିଙ୍କକୁ ବ୍ୟବହାର କରିବେ ।

୨୦୨୦-୨୧ ମସିହାରେ ଓଡିଶାରେ ୭ ଲକ୍ଷ ୭୧ ହଜାର ୧୨୩ ନୂଆ ମତଦାତା ସାମିଲ ହୋଇଛନ୍ତି । ଏଥିରୁ ୩୭.୨% ଅର୍ଥାତ୍ ୨ ଲକ୍ଷ ୮୬ ହଜାର ୦୪୪ ନୂଆ ବା ପ୍ରଥମ ଥର ଭୋଟର ଦେଉଥିବା ଭୋଟରମାନେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧ ଲକ୍ଷ ୭୦ ହଜାର ୦୪୪ ଜଣ ପୁରୁଷ, ୧ ଲକ୍ଷ ୧୬ ହଜାର ୭୩୪ ଜଣ ମହିଳା ଓ ୬୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏହାସହ ଉପନିର୍ବାଚନ ହୋଇଥିବା ଦୁଇ ଜିଲ୍ଲାର ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଯେଉଁମାନେ ଭଲ କାମ କରିଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଦିଆଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 25, 2021, 2:49 PM IST

ABOUT THE AUTHOR

...view details