ଓଡିଶା

odisha

ETV Bharat / city

କୋରୋନା କାଳରେ ସଚେତନତାର ପୁରସ୍କାର, ସ୍ବେଚ୍ଛାସେବୀଙ୍କୁ ମୋ ସାଇକେଲ ଉପହାର - Volunteers who alerted people during the corona time

କୋରୋନା କାଳରେ ଲୋକଙ୍କୁ ସଚେତନ କରିଥିବା ସ୍ବେଚ୍ଛାସେବୀଙ୍କୁ ଦିଆଗଲା ମୋ ସାଇକେଲ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ବେଚ୍ଛାସେବୀଙ୍କୁ ମିଳିଲା ମୋ ସାଇକେଲ
ସ୍ବେଚ୍ଛାସେବୀଙ୍କୁ ମିଳିଲା ମୋ ସାଇକେଲ

By

Published : Oct 24, 2020, 8:13 AM IST

Updated : Oct 24, 2020, 9:05 AM IST

ଭୁବନେଶ୍ବର: କୋରୋନା ସମୟରେ ଲୋକଙ୍କୁ ସଚେତନ କରିଥିବା ସ୍ବେଚ୍ଛାସେବୀଙ୍କୁ ବିଏମସି ପକ୍ଷରୁ ମୋ ସାଇକେଲ ଭେଟି । ସ୍ବେଚ୍ଛାସେବୀଙ୍କୁ ପ୍ରୋତ୍ସାହିତ କରିବାକୁ ଏପରି ବ୍ୟବସ୍ଥା କରାଯାଇଥିବା ସୂଚନା ।

ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀପୂଜା ମୂର୍ତ୍ତୀ ବିସର୍ଜନ ଗାଇଡଲାଇନ ଅନୁସାରେ ବିଏମସି ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୈଧୁରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜା ସମୟରେ ପ୍ରଦୂଷଣକୁ ନଜରରେ ରଖି ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ମୂର୍ତ୍ତି ବିସର୍ଜନ ଠାରୁ ପାଣି ଓ ମୂର୍ତ୍ତି ରଙ୍ଗର ପରଖିବା ସ୍ବତନ୍ତ୍ର ଟିମ ଉପରେ ଦାୟିତ୍ବ ଦିଆଯାଇଛି । ଏଥିସହ ସ୍ବେଚ୍ଛାସେବୀଙ୍କୁ ମୋ ସାଇକେଲ ଉପହାର ଦିଆଯାଇଥିବା ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି ।

କୋରୋନା କାଳରେ ଲୋକଙ୍କୁ ସଚେତନ କରିଥିବା ସ୍ବେଚ୍ଛାସେବୀଙ୍କୁ ମିଳିଲା ମୋ ସାଇକେଲ

ପ୍ରତି ଶୁକ୍ରବାର ସାଇକେଲଗିରି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସ୍ମାର୍ଟସିଟି ପକ୍ଷରୁ 15 ଜଣ ସ୍ବେଚ୍ଛାସେବୀଙ୍କୁ ସାଇକେଲ ଉପହାର ଦିଆଯାଇଛି । ଭୁବନେଶ୍ବରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ବିଏମସି ଓ ସ୍ମାର୍ଟସିଟି ପକ୍ଷରୁ ସାଇକେଲକୁ ମାଧ୍ୟମ କରି ପରିବର୍ତ୍ତନର ସ୍ବର ଉଠିଥିଲା । କୋରୋନା କାଳରେ ଏହାକୁ ନିୟମିତ କରିବାକୁ ପ୍ରତି ଶୁକ୍ରବାର ସଚେତନତା ବାର୍ତ୍ତା ବାଣ୍ଟୁଥିବା ବିଭିନ୍ନ ବସ୍ତିର ସ୍ବେଚ୍ଛାସେବୀଙ୍କୁ ମୋ ସାଇକେଲ ଉପହାର ସ୍ବରୂପ ଦିଆଯାଇଛି ।

ସେମାନେ ଯେଭଳି ଘରେ ଘରେ ବୁଲି କୋରୋନା ସଂକ୍ରମଣକୁ ରୋକିବାରେ କାର୍ଯ୍ୟ କରିଛନ୍ତି । ଭୁବନେଶ୍ବରରେ ସାଇକେଲ ଚଲେଇବା ଏକ ଚେତନା ସମସ୍ତଙ୍କ ଭିତରେ ଜାଗ୍ରତ କରିବାରେ ସହାୟକ ହେବା ନେଇ ବିଏମସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ସାଇକେଲଗିରୀକୁ ସମସ୍ତଙ୍କ ଭିତରେ ଚିର ପରିଚିତ କରେଇବାକୁ ପ୍ରତି ଶୁକ୍ରବାର ସାଇକେଲ ଚଲେଇବା ଜାରି ରଖିବା ନେଇ ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କୁ ସାଇକେଲ ଉପହାର ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 24, 2020, 9:05 AM IST

ABOUT THE AUTHOR

...view details