ଭୁବନେଶ୍ବର: କୋରୋନା ଅନେକଙ୍କ ଜୀବିକା ଛଡାଇ ନେଇଛି ଆଉ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଦେଇଛି । ଏହି ସମୟରେ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଦିନକୁ ଦୁଇମୁଠା ଖାଇବା ପାଇଁ ବେଶ କସରତ କରୁଛନ୍ତି । ଯେମିତିକି ମହାମାରୀ ସମୟରେ ଅଙ୍ଗନବାଡି କର୍ମୀ ଆଶା କର୍ମୀ ଓ ଆମ ସହରରେ ସ୍ୱଛତା କର୍ମଚାରୀ । ସଂକ୍ରମଣ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ଏମାନେ ଲୋକଙ୍କ ସେବାରେ ଲାଗିଛନ୍ତି । ତେଣୁ ଏହି ସେବା ପାଇଁ ସମର୍ପଣ ଲୋକଙ୍କୁ ପେଟକୁ ଦାନା ମୁଠାଏ ଦେବାର ପ୍ରୟାସ କରିଛି ସ୍ବେଚ୍ଛାସେବୀ ସଂଗଠନ ‘ଅନ୍ନ ପରିବାର’ ।
ସମ୍ମୁଖ ଯୋଦ୍ଧାଙ୍କୁ ଖାଦ୍ୟ ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ, ସାମିଲ ହେଲେ ବିଧାୟକ - bhubaneswer covid update
ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କୁ ଖାଦ୍ୟ ବାଣ୍ଟିଲେ ସେଚ୍ଛାସେବୀ । ସାମିଲ ହେଲେ ମଧ୍ୟ ବିଧାୟକ ଅନନ୍ତ ଜେନା । ଅଧିକ ପଢନ୍ତୁ...
ସମ୍ମୁଖ ଯୋଦ୍ଧାଙ୍କୁ ଖାଦ୍ୟ ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ , ସାମିଲ ହେଲେ ବିଧାୟକ
ସାପ୍ତାହିକ ସଟଡାଉନ ସମୟରେ ସବୁ କିଛି ବନ୍ଦ ପଡିଥିବାବେଳେ କ୍ଯାପିଟାଲ ହସ୍ପିଟାଲ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଉଛି । ତେବେ ଆଜି ୭୦୦ କର୍ମଚାରୀଙ୍କୁ ଖାଇବାକୁ ଦେଉଥିବା ବେଳେ ଏଥିରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସାମାଜିକ କାର୍ଯ୍ୟକର୍ତା ମୀରା ପରିଡାଙ୍କ ସମେତ ଭୁବନେଶ୍ୱର ଅନ୍ୟ କିଛି କର୍ପୋରେଟେର ସାମିଲ ହୋଇ ଖାଦ୍ୟ ବାଣ୍ଟିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ