ଓଡିଶା

odisha

By

Published : May 13, 2022, 2:14 PM IST

ETV Bharat / city

ପିପୁଲସ ଫର ଆନିମଲ ସଂସ୍ଥା ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗ

ପିପୁଲସ ଫର ଆନିମଲ ସଂସ୍ଥା ନାଁରେ କୁକୁରଙ୍କୁ ନିମ୍ନମାନର ଖାଦ୍ୟ ଦେବା ଓ ସରକାରୀ ଅର୍ଥ ହଡପର ସାଂଘାତିକ ଅଭିଯୋଗ । ଭଲ୍ୟଣ୍ଟର ଅଫ ସୋସିଆଲ ଓ୍ବର୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ

ପିପୁଲସ ଫର ଆନିମଲ ସଂସ୍ଥା ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗ
ପିପୁଲସ ଫର ଆନିମଲ ସଂସ୍ଥା ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗ

ଭୁବନେଶ୍ବର: ପିପୁଲସ ଫର ଆନିମଲ ସଂସ୍ଥା ନାଁରେ କୁକୁରଙ୍କୁ ନିମ୍ନମାନର ଖାଦ୍ୟ ଦେବା ଓ ସରକାରୀ ଅର୍ଥ ହଡପର ସାଂଘାତିକ ଅଭିଯୋଗ । ଭଲ୍ୟଣ୍ଟର ଅଫ ସୋସିଆଲ ଓ୍ବର୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗ କରାଯାଇଛି । କାରଣ ପିପୁଲସ ଫର ଆନିମଲ ଭୁବନେଶ୍ବର ସମ୍ପାଦକ ଜୀବନ ବଲ୍ଲଭ ଦାସଙ୍କୁ ୨୦୧୨ରୁ କଳା ତାଲିକାଭୁକ୍ତ କରିଛନ୍ତି ରାଜ୍ୟ ସରକାର ।

ପିପୁଲସ ଫର ଆନିମଲ ସଂସ୍ଥା ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗ

ଏହାସହ ପଶୁପାଳନ ନିଦ୍ଦେର୍ଶକ ବା ଷ୍ଟେଟ ଆନିମଲ ଓ୍ବେଲ ଫେୟାର ବୋର୍ଡ ସଦସ୍ୟ ସେକ୍ରେଟାରୀ ଡ.ୟେଦୁଲା ବିଜୟ ଏପ୍ରିଲ ୩୦ରେ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଆଉ ରାଜ୍ୟର ସମସ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀଙ୍କୁ ଜୀବନ ବଲ୍ଲଭ ଦାସଙ୍କୁ କୈଣସି ପ୍ରାଣୀ ମଙ୍ଗଳ କାର୍ଯ୍ୟରେ ସାମିଲ ନ କରିବା ପାଇଁ ଜଣାଇଥିଲେ । ଏହି ନିର୍ଦ୍ଦେଶନାମାରେ ସେ ସରକାରୀ ଅର୍ଥ ହଡପ ସହ କୁକୁରଙ୍କ ବନ୍ଧ୍ୟାକରଣକୁ ନେଇ ସରକାରୀ ଅଧିକାରୀଙ୍କ ଦସ୍ତଖତ ନକଲ କରିଥିବା ଉଲ୍ଲେଖ ହୋଇଛି ।

ହେଲେ କଳା ତାଲିକାଭୁକ୍ତର ଏତେ ବର୍ଷ ପରେ ମଧ୍ୟ ଏହି ସଂସ୍ଥାକୁ ପ୍ରାଣୀ ମଙ୍ଗଳ କାର୍ଯ୍ୟରେ କିଭଳି ନିୟୋଜିତ କରାଯାଉଛି ସେନେଇ ପ୍ରଶ୍ନ ଉଠିଛି । ଏହାସହ ଏଭଳି ଏକ ହଡପକାରୀ ସଂସ୍ଥା ଉପରେ ପୁଙ୍କାନୁପୁଙ୍କ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଭଲ୍ୟୁଣ୍ଟର ଅଫ ସୋସିଆଲ ୱର୍କ୍ସ ପକ୍ଷରୁ ଦାବି କରାଯାଇଛି । ତେଣୁ ସରକାର ଏହି ଘଟଣାଟିକୁ ଗୁରୁତର ସହ ନେଇ ଦୃଷ୍ଟି ଦେବାକୁ ସଂସ୍ଥା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରାଯାଇଛି । ଆଗକୁ ଯଦି ସରକାର ମଧ୍ୟ ଏ ଦିଗରେ ଧ୍ୟାନ ନ ଦିଅନ୍ତି । ତେବେ ଜୀବନ ବଲ୍ଲଭ ଦାସଙ୍କୁ ଆଗକୁ ବିରୋଧ କରାଯିବା ବୋଲି କହିଛନ୍ତି ସଂସ୍ଥାର ସମ୍ପାଦକ ଶୁଭମ ସ୍ବାଇଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details