ଓଡିଶା

odisha

By

Published : Oct 1, 2019, 4:24 PM IST

ETV Bharat / city

ମନ୍ତ୍ରୀଙ୍କ ଆହ୍ବାନ, ‘ସ୍ବେଚ୍ଛାକୃତ ରକ୍ତଦାନ କରି ବଞ୍ଚାନ୍ତୁ ଜୀବନ’

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ । ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜର ହିତରେ ସାମିଲ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ । ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ ଠାରୁ ଆଉ କୌଣସି ବଡ଼ ଜିନିଷ ନାହିଁ। ଯାହା ଦ୍ବାରା ବ୍ୟକ୍ତିଙ୍କ ମଙ୍ଗଳ ସାଧିତ ହୋଇ ପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତଭାବେ ରକ୍ତଦାନ କରି ସମାଜର ବୃହତ୍ତର ହିତରେ ସାମିଲ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍ଥାନୀୟ ଜୟଦେବ ଭବନଠାରେ 44ତମ ସ୍ବେଚ୍ଛାକୃତ ରକ୍ତଦାତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏଦିଗରେ କାର୍ଯ୍ୟ କରିଥିବା ସଫଳ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମାନିତ କରିଥିଲେ । ଅନେକ ସମୟରେ ରୋଗୀ ଓ ଆହତ ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ଏବେ ତାହା ଅନେକାଂଶରେ ପୁରଣ ହୋଇଛି । କାରଣ ଆଗରୁ ରକ୍ତଦାନ ପାଇଁ ଅମଙ୍ଗ ହେଉଥିବାବେଳେ ଏବେ କିନ୍ତୁ ଏଦିଗରେ ବହୁତ ଉନ୍ନତି ହୋଇଛି ।

ଅନେକ ପ୍ରଚାର ଓ ପ୍ରସାର ଫଳରେ ଲୋକେ ସଚେତନ ହେବା ଓ ଅନେକ ରକ୍ତଦାନ ଶିବିର ଆୟୋଜନ ଫଳରେ ଏହି ପରିମାଣ ହ୍ରାସ ପାଇଛି । ଜଣେ 18 ବର୍ଷରୁ ଊର୍ଦ୍ଧ୍ବ ସୁସ୍ଥ ଯୁବକ ବର୍ଷକୁ 4ଥର ଓ ମହିଳା 3ଥର ରକ୍ତଦାନ କରି ପାରିବେ । ତେଣୁ ଯେତେବେଳେ କୌଣସି ବ୍ୟକ୍ତିର ରକ୍ତର ଆଵଶ୍ୟକତା ରହିଛି ସେହି ମହତ୍ବ କାମ ପାଇଁ ରକ୍ତ ଦେଇ ବ୍ୟକ୍ତିର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ସେ କହିଛନ୍ତି ।

ଆଜି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡଃ ମାନସ ରଞ୍ଜନ ସାମନ୍ତରାୟ, ସ୍ବାସ୍ଥ୍ୟ ସେବା ବିଭାଗ ନିର୍ଦ୍ଦେଶକ ଡ଼ଃ ଦିଲ୍ଲୀପ କୁମାର ଷଢଙ୍ଗୀ ଓସାକ ପ୍ରୋଜେକ୍ଟ ନିର୍ଦେଶକ ଗୁହା ପୁନମ ତାପସ କୁମାର ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ରକ୍ତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details