ଓଡିଶା

odisha

ETV Bharat / city

‘ସ୍ମିତାରାଣୀ ମୃତ୍ୟୁ ମାମଲାରେ ମହିଳା କମିଶନଙ୍କ ରିପୋର୍ଟ ମିଛ’ - bjp target to women commission

ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ମିଛ ବୋଲି ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା ।

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ ମିଛ କହିଲା ବିଜେପି ମହିଳା ମୋର୍ଚ୍ଚା

By

Published : Oct 26, 2019, 9:50 PM IST


ଭୁବନେଶ୍ବର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଘନଉଛି ବିବାଦ । ଏହି ମାମଲାରେ ସିବିଆଇ ତଦନ୍ତ ବିଜେପି ଦାବି କରୁଥିବା ବେଳେ ଏପଟେ ଏହି ଘଟଣାରେ ମହିଳା କମିଶନ ତଦନ୍ତ କରି ଦେଇଥିବା ରିପୋର୍ଟକୁ ମିଛ ବୋଲି କହିଛି ଦଳ ।

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ ମିଛ କହିଲା ବିଜେପି ମହିଳା ମୋର୍ଚ୍ଚା

ଏପରିକି ରିପୋର୍ଟକୁ 24 ଘଣ୍ଟା ମଧ୍ୟରେ ସାର୍ବଜନୀନ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଏହି ରିପୋର୍ଟ ସାର୍ବଜନୀନ ନ ହେଲେ ଆସନ୍ତା 28 ତାରିଖରେ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ମୋର୍ଚ୍ଚା ଚେତାବନୀ ଦେଇଛି ।

ପୀଡିତାଙ୍କ ପରିବାରକୁ ନ ଭେଟି ଅଧକ୍ଷ୍ୟା ସନ୍ଧ୍ୟାବତୀ ବେହେରା କିପରି ଭାବେ ରିପୋର୍ଟ ପ୍ରସ୍ତୁତ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ତେବେ ସେ ରିପୋର୍ଟରେ କଣ ଉଲ୍ଲେଖ ଅଛି ତାହାକୁ ଆସନ୍ତା 24 ଘଣ୍ଟା ମଧ୍ୟରେ ସାର୍ବଜନୀନ କରନ୍ତୁ । ନଚେତ୍‌ ମିଛ ରିପୋର୍ଟ ଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ । ଆସନ୍ତା 24 ଘଣ୍ଟା ମଧ୍ୟରେ ସେ ରିପୋର୍ଟ ପ୍ରକାଶ ନ କରନ୍ତି ତେବେ ଏହାର ପ୍ରତିବାଦ ସ୍ବରୂପ ଏହି ଘେରାଉ ହେବ ବୋଲି ସେ କହିଛନ୍ତି ।

ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା ଆହୁରି କହିଛନ୍ତି କି, ସାମ୍ବିଧାନିକ ପଦବୀରେ ରହି ସେ ଏହାର ମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି। ସେ ଦଳର ନେତ୍ରୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଯଦି ଏଠାରେ ତାଙ୍କୁ ନ୍ୟାୟ ନ ମିଳେ ତେବେ ଦଳ ଏହାକୁ କେନ୍ଦ୍ର ମାନବାଧିକର କମିଶନ ଓ ମହିଳା କମିଶନଙ୍କ ଦୃଷ୍ଟିକୁ ଆଣିବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details