ଓଡିଶା

odisha

ରାଜଧାନୀରେ ବିଶ୍ବକର୍ମା ପୂଜା ଆରମ୍ଭ

ରାଜଧାନୀରେ ବିଶ୍ବକର୍ମ ପୂଜା ଆରମ୍ଭ । ରାଜ୍ଯର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ଵକର୍ମା। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ରର ପୂଜାଅର୍ଚ୍ଚନା।

By

Published : Sep 17, 2019, 11:12 AM IST

Published : Sep 17, 2019, 11:12 AM IST

ଫାଇଲ ଫଟୋ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ସୃଷ୍ଟିର ନିର୍ମାଣ କର୍ତ୍ତା, ସମସ୍ତ ବୈଷୟିକ ଜ୍ଞାନ କୌଶଳର ସ୍ରଷ୍ଟା , ହେଉଛି ଭଗବାନ ବିଶ୍ଵକର୍ମା। ନିର୍ମାଣ ଠାରୁ କାରିଗରୀ କୌଶଳି ପର୍ଯ୍ୟନ୍ତ ଓ ଦେବଲୋକର ସବୁଠାରୁ ବଡ଼ ହେଉଛନ୍ତି ବିଶ୍ଵକର୍ମା। ସେଥି ପାଇଁ ସାରା ଭାରତ ବର୍ଷ ସହ ରାଜଧାନୀ ଭୁବନେଶ୍ବର ମଧ୍ୟ ଚଳଚଞ୍ଚଳ ହୋଇ ପଡିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭାରତୀୟ ସଂସ୍କୃତିରେ ବିଶ୍ବକର୍ମାଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି । ଭାରତୀୟ ସଂସ୍କୃତିର ନିର୍ମାଣ କର୍ତ୍ତା ପ୍ରଭୁ ବିଶ୍ବକର୍ମା। ଅନ୍ୟପଟେ ଏଥି ପାଇ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମେଢ଼ରେ ଆରମ୍ଭ ହୋଇ ଗଲାଣି ବିଶ୍ୱକର୍ମାଙ୍କ ପୂଜା ବିଧି। ପୂଜା ପରେ ଆରମ୍ଭ ହେବ ଯାନ ବାହନ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ଆସବାବପତ୍ର ପାଇଁ ପୂଜା ଅର୍ଚ୍ଚନା।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

ABOUT THE AUTHOR

...view details