ଓଡିଶା

odisha

ETV Bharat / city

ଦୃଷ୍ଟିବାଧିତ ଦମ୍ପତିଙ୍କ ମନ ଆଇନରେ ପ୍ରେମର ପରିଭାଷା

ଆଜି ହେଉଛି ପ୍ରେମ ଦିବସ । ବାଲେଶ୍ବରର ଦୁଇ ଦୃଷ୍ଟିହୀନ ଅଶୋକ ଓ ସୁମିତ୍ରା ନାୟକଙ୍କର ନିଆରା ପ୍ରେମ କାହାଣୀ । ଦୁଇ ଜଣ ଦୃଷ୍ଟିହୀନ ହୋଇଥିବା ଯୋଗୁଁ ଦୁନିଆ ଦେଖିନାହାନ୍ତି ହେଲେ ପ୍ରେମର ସାତରଙ୍ଗରେ ଭିଜି ଦୁହେଁ ଦୁହିଁକୁ ମନର ଆଖିରେ ଦେଖିଥିଲେ । ଅଧିକ ପଢନ୍ତୁ

ଦୃଷ୍ଟିବାଧିତ ଦମ୍ପତିଙ୍କ ମନ ଆଇନରେ ପ୍ରେମର ପରିଭାଷା
ଦୃଷ୍ଟିବାଧିତ ଦମ୍ପତିଙ୍କ ମନ ଆଇନରେ ପ୍ରେମର ପରିଭାଷା

By

Published : Feb 14, 2022, 10:53 PM IST

ଭୁବନେଶ୍ବର : ଦୃଷ୍ଟିବାଧିତ ଦମ୍ପତିଙ୍କ ମନ ଆଇନରେ ପ୍ରେମର ପରିଭାଷା ଆଜି ଭାଲେଣ୍ଟାଇନ ଡେ । ପ୍ରେମ ପାଇଁ ଦିନଟିଏ । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞାହୀନ ।

ପ୍ରେମ ମାନେନା ବାଧା ବିଘ୍ନ। ତେଣୁ ଦୁଇ ଶାଶ୍ବତ ପ୍ରେମ ପକ୍ଷୀ ସର୍ବଦା ବାଧାବିଘ୍ନ ଡେଇଁ ମାଡିଚାଲନ୍ତି ପ୍ରେମର ସଫଳତା ପାଇଁ । ପ୍ରେମ ଆଉ ଜୀବନ । ଜନ୍ମରୁ ହିଁ ଅବିଛେଦ୍ୟ ଆଉ ଚିରସତ୍ୟ । ବିଶ୍ୱାସର ବସାରେ ଜୀବନର ପରିପୂର୍ଣ୍ଣତା ହେଉଛି ପ୍ରେମ । ଜୀବନ ଅଛି ମାନେ ପ୍ରେମ ବି ଅଛି । ପ୍ରେମ ପରିବ୍ୟାପ୍ତ ପ୍ରେମ ବିଶ୍ବାସ । ସେଥିପାଇଁତ ପ୍ରେମ ମାନେନି ବୟସ, ଜାତି, ଧର୍ମ, ବର୍ଣ୍ଣ ବା ଧନୀଗରିବ।

ଦୃଷ୍ଟିବାଧିତ ଦମ୍ପତିଙ୍କ ମନ ଆଇନରେ ପ୍ରେମର ପରିଭାଷା

ତେଣୁ କେତେବେଳେ ବି କାହା ସହିତ ପ୍ରେମ ହୋଇଯାଏ। ଆଉ ଏଭଳି କିଛି ନିଆରା ପ୍ରେମ ହେଉଛି ବାଲେଶ୍ବରର ଦୁଇ ଦୃଷ୍ଟିହୀନ ଅଶୋକ ଓ ସୁମିତ୍ରା ନାୟକଙ୍କର। ଦୁଇ ଜଣ ଦୃଷ୍ଟିହୀନ ହୋଇଥିବା ଯୋଗୁଁ ଦୁନିଆ ଦେଖିନାହାନ୍ତି ହେଲେ ପ୍ରେମର ସାତରଙ୍ଗରେ ଭିଜି ଦୁହେଁ ଦୁହିଁକୁ ମନର ଆଖିରେ ଦେଖିଥିଲେ ।

ଆଉ ସାତଜନମର ସାଥି ହେବା ପାଇଁ ସଂକଳ୍ପ ନେଇଥିଲେ । ଆଉ ପ୍ରେମକୁ ସଫଳ ପାଇଁ କଲେଜ ସମୟରୁ ହିଁ ଘର ଛାଡିଥିଲେ। ଘରଛାଡିବା ପରେ ଦୁହିଁ ଦୁହିଁଙ୍କ ଆଶାବାଡି ସାଜି ଵିଵାହ କଲେ ଆଉ ସାଥି ହୋଇ ରହିଲେ। ଭଗବାନ ବି ଏହି ଦୃଷ୍ଟିବାଧିତ ଦମ୍ପତିଙ୍କ ଦୁଃଖ ଶୁଣି କୋଳକୁ କନ୍ଯା ସନ୍ତାନଟିଏ ଦେଲେ । ଆଉ ଦୁଇଜଣ ସେହି ଆଶାବାଡିକୁ ନେଇ ଜୀବନ ଖୁସିରେ ପ୍ରେମରେ ବିତାଇଥିଲେ ।

ହେଲେ ବିଧିର ବିଧାନ ଥିଲା ଅଲଗା। ଝିଅ ପୂଜାର୍ଚ୍ଚନା ଆଖିରେ ଦୁନିଆ ଦେଖିବାର ଆଶା ତାଙ୍କର ମଉଳିଗଲା । କାରଣ ପୂଜାର୍ଚ୍ଚନା ବି ଦୃଷ୍ଟି ଶକ୍ତି ହରାଇ ବସିଲା । ଝିଅର ଚିକତ୍ସା ପାଇଁ ଉଭୟ ଆଜିବି ସଂଘର୍ଷ ଜାରି ରଖିଛନ୍ତି ଆଉ ଦୁଃଖକୁ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଭାବି ଅନ୍ଧକାରମୟ ଜୀବନରୁ ଖୁସିର ଆଲୋକ ସାଉଣ୍ଟୁଛନ୍ତି ।

୫ ବର୍ଷର ବିବାହ ପରେ ବି ଭୟଙ୍କର ପ୍ରେମ ସେମିତି ଉଜ୍ଜବିତ ହୋଇରହିଛି । ସେଥିପାଇଁତ ଦୁଃଖର ପାହାଡ଼ରେ ଶୋଇମଧ୍ୟ ଖୁସିର ଆଲୋକକୁ ଦେଖୁଛନ୍ତି। ନିଜେ ସିନା ଦୁନିଆ ଦେଖିନାହାନ୍ତି ହେଲେ ଗୋଟିଏ ଆଖି ହେଉପଛେ ଝିଅ ଆଖିର ଚିକିତ୍ସା ପାଇଁ ଏବେ ବି ଦୁଇଜଣ ସାଥି ହୋଇ ଖୁସିର ଉତ୍ସାହ ଖୋଜି ବୁଲୁଛନ୍ତି। ଆଉ ଯେତେ ଦୁଃଖ ଆସିଲେବି ସତ ଜନମର ସାଥି ହୋଇ ରହିବାକୁ ପଣ କରିଛନ୍ତି । ଆଉ ଦୁହେଁ ଦୁହିଁକି ଓ ଦୁନିଆକୁ ପ୍ରେମର ପରିଭାଷା ବୁଝାଉଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ,ଇଟିଭି ଭାରତ

ABOUT THE AUTHOR

...view details