ଓଡିଶା

odisha

ETV Bharat / city

ପରେଡ ଗ୍ରାଉଣ୍ଡକୁ ମିଳିଲାନି ଅନୁମତି, ରାସ୍ତାକଡ଼ରେ ଥାଇ ସାଲ୍ୟୁଟ ମାରି ଗାଇଲେ ଜାତୀୟ ସଂଗୀତ - ଭୁବନେଶ୍ବରରେ 73ତମ ସାଧାରଣତନ୍ତ୍ର ଦିବସ ପାଳନ

ସାଧାରଣତନ୍ତ୍ର ଉତ୍ସବ ଦେଖିବା ପାଇଁ ଅନୁମତି ନମିଳିବାରୁ ଲୁଚିକି ଦେଖିଲେ ପରେଡ଼। କଡ଼ରେ ରହି ଜାତୀୟ ସଂଗୀତ ଗାନ କରିବା ସହ ମାରିଲେ ସାଲ୍ୟୁଟ। ଅଧିକ ପଢ଼ନ୍ତୁ

ପରେଡ ଗ୍ରାଉଣ୍ଡକୁ ମିଳିଲାନି ଅନୁମତି, ରାସ୍ତା ପଡ଼ରେ ଥାଇ ସାଲ୍ୟୁଟ ମାରି ଗାଇଲେ ଜାତୀୟ ସଂଗୀତ
ପରେଡ ଗ୍ରାଉଣ୍ଡକୁ ମିଳିଲାନି ଅନୁମତି, ରାସ୍ତା ପଡ଼ରେ ଥାଇ ସାଲ୍ୟୁଟ ମାରି ଗାଇଲେ ଜାତୀୟ ସଂଗୀତ

By

Published : Jan 26, 2022, 12:09 PM IST

ଭୁବନେଶ୍ବର:ସାରା ଦେଶ ପାଳୁଛି 73ତମ ସାଧାରଣତନ୍ତ୍ର ଦିବସ। ଏହାରି ଭିତରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତନ୍ତ୍ର ଉତ୍ସବ ଦେଖିବା ପାଇଁ ଅନୁମତି ନମିଳିବାରୁ ଲୁଚିକି ଦେଖିଲେ ପରେଡ଼। କଡ଼ରେ ରହି ଜାତୀୟ ସଂଗୀତ ଗାନ କରିବା ସହ ମାରିଲେ ସାଲ୍ୟୁଟ।

ପରେଡ ଗ୍ରାଉଣ୍ଡକୁ ମିଳିଲାନି ଅନୁମତି, ରାସ୍ତା ପଡ଼ରେ ଥାଇ ସାଲ୍ୟୁଟ ମାରି ଗାଇଲେ ଜାତୀୟ ସଂଗୀତ

୭୩ତମ ସାଧାରଣତନ୍ତ୍ର ଦିବସ ଦେଖିବା ପାଇଁ ଜନସାଧାରଣଙ୍କ ମନରେ ଭରି ରହିଛି ଉତ୍ସାହ। ହେଲେ କୋରୋନା କଟକଣା ଯୋଗୁଁ ବାଧା ସୃଷ୍ଟି ହୋଇଛି। ଆଜି(ବୁଧବାର) ଭୁବନେଶ୍ବରର ଗାନ୍ଧୀମାର୍ଗ ନିକଟରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ପାଳନ ହୋଇଛି। ତେବେ ଉତ୍ସବ ଗ୍ରାଉଣ୍ଡକୁ ଜନସାଧାରଣଙ୍କୁ ଅନୁମତି ଦିଆଯାଇନାହିଁ। ଯାହା ଫଳରେ କିଛି ଲୋକ ଲୁଚି ଏହାକୁ ଦେଖିଥିଲେ। ପତାକା ଉତ୍ତୋଳନ ଦେଖିବା ସହ ଜାତୀୟ ସଂଗୀତ ମଧ୍ୟ ଗାନ କରିଥିଲେ।

ଖାଲି ସେତିକି ନୁହେଁ, ପୋଲିସ ବ୍ୟାଣ୍ଡର ତାଳେ ତାଳେ ଛୋଟ ପିଲାଙ୍କ ଗୋଡ଼ କିଛି ସମୟ ପାଇଁ ଉଠିଯାଇଥିଲା ଏବଂ ଆରମ୍ଭ କରିଥିଲେ ଲେଫ୍ଟ ରାଇଟ। ତେବେ କୋଭିଡ ନିୟମକୁ ଦୃଷ୍ଟିରେ ରଖି କେତକ ସ୍ଥାନରେ ପୋଲିସ ଲୋକଙ୍କୁ ଉଠାଇଥିଲା।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details