ଓଡିଶା

odisha

ETV Bharat / city

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିଶ୍ବଭୂଷଣ ହରିଚନ୍ଦନଙ୍କ ଜାଗା ଦାବି - ପାଇକ ବିଦ୍ରୋହ ସ୍ମାରକୀ ଜାଗା ଦାବି

ପାଇକ ବିଦ୍ରୋହ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ବଳିଦାନର ଗାଥା । ଏହି ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଯୋଗାଇ ଦେବାକୁ ଦାବି କରିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିଶ୍ବଭୂଷଣ ହରିଚନ୍ଦନଙ୍କ ଜାଗା ଦାବି
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିଶ୍ବଭୂଷଣ ହରିଚନ୍ଦନଙ୍କ ଜାଗା ଦାବି

By

Published : Mar 30, 2022, 9:27 PM IST

ଭୁବନେଶ୍ବର: ପାଇକ ବିଦ୍ରୋହ ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ବଳିଦାନର ଗାଥା । ଏହି ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଯୋଗାଇ ଦେବାକୁ ଦାବି କରିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଏହାଦ୍ବାରା ପାଇକ ବିଦ୍ରୋହ ବିଶ୍ୱ ଇତିହାସ ଲିପିବଦ୍ଧ ହୋଇ ପାରିବ ବୋଲି ସେ କହିଛନ୍ତି ।

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଯେ, "ପାଇକ ବିଦ୍ରୋହ ସ୍ମାରକୀ ପାଇଁ ତୁରନ୍ତ ଜାଗା ଦେବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଉଛି ଏବଂ ଅନୁରୋଧ ମଧ୍ୟ କରିବି । ଏ ଜାତିର ଗର୍ବିତ ପରମ୍ପରାକୁ ରକ୍ଷା କରିବା ପାଇଁ ଓ ଜାତି ଭିତରେ ଜାଗରଣ ସୃଷ୍ଟି କରିବା ପାଇଁ ପାଇକ ବିଦ୍ରୋହ ସ୍ମାରକୀ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ । ତୁରନ୍ତ ଜାଗା ଦେଲେ କାମ ଆରମ୍ଭ ହେବ ।"

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବିଶ୍ବଭୂଷଣ ହରିଚନ୍ଦନଙ୍କ ଜାଗା ଦାବି

ପାଇକ ବିଦ୍ରୋହ ପୂର୍ବରୁ ଅନେକ ବିଦ୍ରୋହ ହୋଇଥିବା ନେଇ ଯେଉଁମାନେ ଲେଖିଛନ୍ତି ତାହା ଭୁଲ ବୋଲି ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି । ଓଡ଼ିଆ ହୋଇ ଏଭଳି ଲେଖାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ । ଅନ୍ୟ ରାଜ୍ୟ ହୋଇଥିଲେ ଏହାକୁ ବରଦାସ୍ତ କରି ନଥାନ୍ତେ । ଏହା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ।

1817 ରୁ 1825 ପର୍ଯ୍ୟନ୍ତ ପାଇକ ବିଦ୍ରୋହ ଚାଲିଥିଲା । ତେବେ ଏତେ ଶୀଘ୍ର କେନ୍ଦ୍ର ଏହାକୁ ସ୍ୱୀକୃତି ଦେବନି । ସିପାହୀ ବିଦ୍ରୋହ ପୂର୍ବରୁ ସ୍ୱୀକୃତି ପାଇସାରିଛି । ଓଡିଶା ପାଇକ ବିଦ୍ରୋହକୁ ମାନ୍ୟତା ଦେବାକୁ ଆବେଦନ କରାଯାଉ ବୋଲି ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ ଆଜି ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details