ଓଡିଶା

odisha

ETV Bharat / city

ଭିସେରା ରିପୋର୍ଟ କହିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ - jharafula death is mystery

ଡ୍ରଗ ରିଆକ୍ସନ ନା ଫୁଡ ପଏଜନ, କିଭଳି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି, ନା ତାଙ୍କୁ ଡ୍ରଗସ ଦିଆଯାଇଥିଲା, ଯାହାର ସାଇଡ ରିଆକ୍ସନ ହୋଇଛି । ତେଣୁ ଏହି ସବୁ ସସ୍ପେନ୍ସ ଦୂର କରିବା ପାଇଁ ଭିସୋରା ରିପୋର୍ଟକୁ ଅପେକ୍ଷା ରହିଛି । ଅଧିକ ପଢନ୍ତୁ...

ଭିସେରା ରିପୋର୍ଟ କହିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ
ଭିସେରା ରିପୋର୍ଟ କହିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ

By

Published : Jan 31, 2021, 10:16 PM IST

ଭୁବନେଶ୍ବର : ଡ୍ରଗ ରିଆକ୍ସନ ନା ଫୁଡ ପଏଜନ, କିଭଳି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି, ନା ତାଙ୍କୁ ଡ୍ରଗସ ଦିଆଯାଇଥିଲା, ଯାହାର ସାଇଡ ରିଆକ୍ସନ ହୋଇଛି । ହୃଦଘାତ ନା ଆଉ କିଛି ମୃତ୍ୟୁର କାରଣ କହିବ ଭିସେରା ରିପୋର୍ଟ । ଯାହାକୁ ନେଇ ଶନିବାର ଝରାଫୁଲ ରାତ୍ରି ଯାପନ କରିଥିବା ଗେଷ୍ଟହାଉସରୁ ନମୁନା ସଗ୍ରହ କରିଛି ଫରେନସିକ ଟିମ । ଆଉ ଯାଜପୁର ପୋଲିସ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବ । କାରଣ ୨୬ ତାରିଖ ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଙ୍ଗରାଜ ଷ୍ଟେସନ ନିକଟ ଏକ ଫୁଡ କୋର୍ଟରେ ବିରିୟାନି ଖାଇଥିଲେ । ହେଲେ ଝରାଫୁଲ ତାଙ୍କ ଦେହ ଭଲ ନଥିବାରୁ ସେ ଅଳ୍ପ ଖାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସେହି ଫୁଡ କୋର୍ଟର କର୍ମଚାରି ।

ତେବେ ଦେହ ଖରାପ ଥିବା ଯୋଗୁଁ କୌଣସି ମେଡିସିନ ନେଇଥିଲେ କି ଝରାଫୁଲ, ନା ରାତ୍ରି ଯାପନ ସମୟରେ କୌଣସି ନିଶା ଦ୍ରବ୍ୟ ବା କୌଣସି ନିଶା ସେବନ କରିଥିଲେ । ଯାହାର ସାଇଡ ରିଆକ୍ସନ ଯୋଗୁଁ ଏପରି କୌଣସି ଅଘଟଣ ଘଟିଥିାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ ଯଦି ଫୁଡ ପଏଜନ ହୋଇଥାଏ ତେବେ ତାହା କେଉଁ କାରଣରୁ, କ’ଣ ଖାଦ୍ୟରେ ବିଷ ଦିଆଯାଇଥିଲା ଏହା ଭିସେରା ରିପୋର୍ଟ ଆସିବା ପରେ ଜଣାପଡିପାରେ । ତେବେ ଏହି ଘଟଣାରେ ପୁରୁଷ ବନ୍ଧୁ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହତ୍ୟା ଓ ପ୍ରମାଣ ନଷ୍ଟର ଅଭିଯୋଗ ରହିଛି । ତେବେ କ’ଣ ପୋଲିସ ରାକେଶକୁ ହତ୍ୟାକାରି ବୋଲି ପ୍ରମାଣ କରିପାରିବ । ଏଥିପାଇଁ ଫରେନସିକ ଟିମ ସଂଗ୍ରହ କରିଥିବା ପ୍ରମାଣ ତାହା ସ୍ପଷ୍ଟ ହୋଇପାରିବ ଏବଂ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ସଫଳ ହୋଇପାରିବ । ତେଣୁ ଏହି ସବୁ ସସ୍ପେନ୍ସ ଦୂର କରିବା ପାଇଁ ଭିସୋରା ରିପୋର୍ଟକୁ ଅପେକ୍ଷା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details