ଭୁବନେଶ୍ବର: ଭାରତୀୟ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତ ହୋଇଥିବାରୁ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଭାରତର ପୂର୍ବ ଉପକୂଳ ଏବଂ ଆଣ୍ଡାମାନ ସି ଅଞ୍ଚଳରେ ମକଡ୍ରିଲ ପ୍ରସ୍ତୁତି କରାଯାଇଛି । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏହି ମକଡ୍ରିଲରେ ଓଡିଶା ପକ୍ଷରୁ ଓଏସଡିଏମଏ ,୬ଟି ଜିଲ୍ଲାର ଜିଲ୍ଲାପାଳ ଏଡିଏମ୍ ,ବିଡିଓ ,ତହସିଲଦାର କୋଭିଡ୍ ମହାମାରୀକୁ ଆଖିଆଗରେ ରଖି ଫିଜିକାଲ୍ ମକଡ୍ରିଲ କରାଯାଇନାହିଁ ।କେବଳ ଭର୍ଚୁଆଲ ମକଡ୍ରିଲ କରାଯାଇଛି । ଯଦି କୌଣସି ପରିସ୍ଥିତିରେ କେତେଶୀଘ୍ର ଲୋକଙ୍କ ପାଖରେ ସୁନାମୀ ବାର୍ତା ପହଞ୍ଚି ପାରିବ ସେନେଇ ଆଲୋଚନା ହୋଇଥିଲା ।ଏଥିରେ ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡା ଜଗତସିଂହପୁର ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମାନେ ଓ ଅନ୍ୟ ଅଧିକାରୀ ଯୋଗଦେଇଥିଲେ ।୧୨୨ଟି ଆର୍ଲଟ ସେଣ୍ଟର ମାଧ୍ୟମରେ ସକାଳ ୯ଟାରୁ ୧୦ ମଧ୍ୟରେ ଆଲାରାମ ସାଇରନ୍ ବଜାଯାଇଥିଲା । ଏହାସହ ଟେଷ୍ଟ ଭଏସ ମେସେଜ ମଧ୍ୟ ଦିଆଯାଇଥିଲା । ଷ୍ଟେଟ ଏମରଜେନନ୍ସି ସେଣ୍ଟରରୁ ଭଏସ ମେସେଜ ଦିଆଯାଇଛି । ମେସେଜ କିଭଳି ଗଲା ଏବଂ କଣ ମସେଜ ମିଳିଲା ସେନେଇ ଟେଷ୍ଟିଂ କରାଯାଇଛି ।ଏହାସହ ଇମେଲ୍ ଫାକ୍ସ ହ୍ଵାଟ୍ସଆପ ଆଦି ସୋସିଆଲ ମିଡିଆ ମାଧ୍ୟମରେ ବାର୍ତା ମଧ୍ୟ ପଠାଯାଇଛି ।