ଭୁବନେଶ୍ବର:ମହାମାରୀ କୋରୋନା ଯୋଗୁଁ ବନ୍ଦ ରହିଛି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ପରେ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ସଂଗ୍ରହାଳୟକୁ ଦେଖିପାରିବେ ପର୍ଯ୍ୟଟକ। ତେବେ ପ୍ରତି ରବିବାର ଭର୍ଚ୍ଚୁଆଲ ଟୁର ପାଇଁ ଖୋଲାଯିବ ସଂଗ୍ରହାଳୟ ।
ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡି ମାଧ୍ୟମରେ ଫେସବୁକ ଓ ଟୁଇଟର ପେଜ୍ https:/bit.ly/Amajanajaati3 ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି SCSTRIର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ସଂଗ୍ରହାଳୟର ମୁଖ୍ୟ ଭବନରେ ପାଞ୍ଚଗୋଟି ଗ୍ୟାଲେରୀ ରହିଛି। ଏହି ପାଞ୍ଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନିନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି।