ଭୁବନେଶ୍ବର: ବୀର ବିକ୍ରମ ଯାଦବ(veer vikram yadav)ଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଖାଦ୍ୟ ଯୋଗାଣ ବିଭାଗ ସହ ସେ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ - ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ
ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ବୀର ବିକ୍ରମ ଯାଦବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଅଧିକ ପଢନ୍ତୁ
![ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ](https://etvbharatimages.akamaized.net/etvbharat/prod-images/768-512-14642109-thumbnail-3x2-bbsr.jpg)
ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ
ଶ୍ରୀମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ବିଭାଗ ସଚିବ ଥିବା କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏହାପରେ ଏହି ପଦବୀ ଫାଙ୍କା ପଡ଼ିବ । ତେଣୁ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ୧୯୯୬ ବ୍ୟାଚର ଆଇଏଏସ ଅଫିସର ଅଟନ୍ତି । କ୍ରିଷନ କୁମାର ଯିବା ପରେ ତାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବିକ୍ରମ ଯାଦବ ଓଡିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ସଦସ୍ୟ ସଚିବ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଳାଉଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ