ଓଡିଶା

odisha

ETV Bharat / city

ତାଲାବନ୍ଦରେ ରାଜ୍ୟରେ କମିଛି ଘରୋଇ ହିଂସା - ତାଲାବନ୍ଦ

ତାଲାବନ୍ଦ ବେଳେ ରାଜ୍ୟରେ କମିଛି ମହିଳାଙ୍କ ଉପରେ ନିର୍ଯ୍ୟାତନା । କିନ୍ତୁ ଅଧିକ ଘରୋଇ ହିଂସାର ଶିକାର ହେଇଛନ୍ତି ମଧ୍ୟବିତ୍ତ ପରିବାର । କୋରୋନା ଭାଇରସକୁ ନେଇ ସାରା ବିଶ୍ୱ ଠପ ହୋଇଯାଇଛି। ତେବେ ଏହି ସମୟରେ ଲାକଡାଉନ ସମୟରେ ଘରୋଇ ହିଂସା ଭଳି ନିର୍ଯ୍ୟାତନା ଅପହରଣ ଓ ମିଥ୍ୟା ବିବାହ ପ୍ରତିଶୃତି ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କମ ରହିଛି ଘରୋଇ ହିଂସା ହାର । ଅଧିକ ପଢନ୍ତୁ..

violence-against-women-has-decreased-in-the-state-and-domestic-violence-has-increased
violence-against-women-has-decreased-in-the-state-and-domestic-violence-has-increased

By

Published : Jun 11, 2020, 6:59 PM IST

ଭୁବନେଶ୍ବର: ଲକଡାଉନ ସମୟରେ ଭାରତରେ ଘରୋଇ ହିଂସା ବଢିଥିବା ନେଇ ପ୍ରକାଶ ପାଇଥିଲା ଖବର । କିନ୍ତୁ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଘରୋଇ ହିଂସା ହାର କମ ରହିଛି। ରାଜ୍ୟ ମହିଳା କମିଶନଙ୍କ ନିକଟକୁ ବର୍ଷକୁ ଘରୋଇ ହିଂସା ବାବଦକୁ 3 ହଜାର ମାମଲା ଆସିଥାଏ। ସେହି ତୁଳନାରେ ଏହି ଦୁଇ ମାସରେ କମ ମାମଲା ଆସିଛି। ମହିଳା କମିଶନଙ୍କ ପାଖକୁ ଯେତେ ସବୁ ମାମଲା ଆସିଛି ଲକଡାଉନ ସମୟରେ ଅତ୍ୟନ୍ତ ଗୁଋତ୍ବପୂର୍ଣ୍ଣ। ପୋଲିସର ଟିମ ମଧ୍ୟ ରହିଛି । ସେଗୁଡିକ ସମାଧାନ କରାଯାଇଛି। ବିଶେଷ ଭାବରେ ଘରେ ରହୁଥିବା ମଧ୍ୟମ ଶ୍ରେଣୀର ମହିଳା ମାନେ ଅଧିକ ନିର୍ଯ୍ୟାତୀତ ଓ ଘରୋଇ ହିଂସାରେ ପଡୁଛନ୍ତି। ସେପଟେ ଲକଡାଉନରେ ସମସ୍ତେ ଘରେ ରହୁଥିବାବେଳେ ଶାରୀରିକ ଓ ମାନସିକ ଚାପ ମଧ୍ୟ ପଡ଼ୁଛି ।

ତାଲାବନ୍ଦରେ ରାଜ୍ୟରେ କମିଛି ଘରୋଇ ହିଂସା

ଅନ୍ୟପକ୍ଷରେ ଏକାଧିକ କାମ କରିବାକୁ ବାଧ୍ୟ କରାଯାଉଛି ମହିଳା ମାନଙ୍କୁ। ଯାହା ଫଳରେ କି ସେମାନଙ୍କର ଉପରେ ଅତ୍ୟାଚାର ବଢୁଛି। ଏହି ଲକଡାଉନ ସମୟରେ ମହିଳା କମିଶନ ଏକ ହ୍ଵାଟ୍ସଆପ ନମ୍ବର (8763543013) ଜାରି କରିଛନ୍ତି । ଏହି ସମୟରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ମହିଳା କମିଶନ ମଧ୍ୟ ବନ୍ଦ ରହିଥିଲା। ଏଥିପାଇଁ ଅଭିଯୋଗ ଶୁଣିବା ପାଇଁ ମହିଳା କମିଶନ ଏକ ହ୍ଵାଟ୍ସଆପ ନମ୍ଵର ଜାରି କରିଥିଲେ। ତଥ୍ୟ ଅନୁଯାୟୀ ଗତ 17 ଏପ୍ରିଲ ଠାରୁ 3 ଜୁନ ପର୍ଯ୍ୟନ୍ତ 853 ଜଣ ହ୍ଵାଟ୍ସଆପ କଲ ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେଠିମଧ୍ୟରୁ 246 ଟି ଘରୋଇ ହିଂସା ମାମଲା ରହିଥିବା ବେଳେ 6 ଟି ଅପହରଣ ମାମଲା, ଗୋଟିଏ ମହିଳା ଚାଲାଣ ମାମଲା ହୋଇଥିବା ବେଳେ ଗୋଟିଏ ବିବାହ ପାଇଁ ମିଥ୍ୟା ପ୍ରତିଶୃତି ମାମଲା ଅଭିଯୋଗ ହୋଇଛି।

ସେହିପରି ଭାବରେ ନିର୍ଯ୍ୟାତନା ମାମଲା 2ଟି ଅଭିଯୋଗ ହୋଇଛି। ତାଲାବନ୍ଦ ପାଇଁ ମହିଳା କମିଶନଙ୍କ ନିକଟରେ ହଜାର ହଜାର ମାମଲା ଅଟକି ରହିଥିବା ବେଳେ ସେ ସମସ୍ତ ଜିଲ୍ଲା କ୍ୟାମ୍ପ କୋର୍ଟ ମାଧ୍ୟମରେ ସମାଧାନ କରାଯିବ। ଲକଡାଉନ ସମୟରେ ଘରୋଇ ହିଂସାର ସଂଖ୍ୟା କମିଛି। ଫୋନ ମାଧ୍ୟମରେ ଅନେକ ମାମଲାର ବିଚାର ସମାଧାନ ହୋଇଥିବା ବେଳେ ନିଜେ ମହିଳା କମିଶନର ଫୋନ ମାଧ୍ୟମରେ କଥା ହୋଇ ସମାଧାନ କରୁଥିଲେ । ଅନ୍ୟପଟେ ପୋଲିସ ଓ କାଉନସେଲିଂ ମାଧ୍ୟମରେ ଅନେକ ମାମଲା ମଧ୍ୟ ସମାଧାନ କରାଯାଇଛି ବୋଲି କହିଛନ୍ତି ମହିଳା କମିଶନର ଡ଼ଃ ମିନତୀ ବେହେରା।

ସେପଟେ ଏହାକୁ ନେଇ ସାମାଜିକ କର୍ମୀ ନମ୍ରତା ଚଢା କହିଛନ୍ତି ଯେ ଘରୋଇ ହିଂସା ପୂର୍ବରୁ ମଧ୍ୟ ଅଧିକ ରହିଛି। କିନ୍ତୁ ତାଲାବନ୍ଦ ସମୟରେ ଘରୋଇ ହିଂସା ବୃଦ୍ଧି ପାଇଛି। ଯାହା ଅଧିକ ମାତ୍ରାରେ ମଧ୍ୟବିତ୍ତ ପରିବାରଙ୍କ ମଧ୍ୟରେ ହେଉଥିବା ଦେଖାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଯେ ଅନେକ ଅପରାଧୀକ ବ୍ୟକ୍ତି ଘରେ ରହିଲେ। କାହାର କାହାର ମଧ୍ୟ ବ୍ୟବସାୟୀ ରେ କ୍ଷୟକ୍ଷତି ଘଟିଲା। ଏବଂ ଅନେକଙ୍କର କର୍ମନିଯୁକ୍ତିରେ ବାଧା ଉପୁଜିଛି। ତେଣୁ ଲାକଡାଉନ ସମୟରେ ସମସ୍ତେ ଘରେ ରହିବା କାରଣରୁ ବିଭିନ୍ନ ହିଂସା ଏହି ସମୟରେ ଦେଖିବାକୁ ମିଳିଛି। ଏହି ଲକଡାଉନ ସମୟରେ ଘରୋଇ ହିଂସା ଓ ନିର୍ଯ୍ୟାତନା ର ଶିକାର ହୋଇଥିବା ନୟାଗଡର ଜଣେ ନବବିବାହିତା ମହିଳା ଯାହା ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତ 3 ମାସ ତଳେ ନୟାଗଡର ଟାଉନରେ ବିବାହ କରିଥିଲେ। ମିଥ୍ୟା ପ୍ରତିଶୃତି ସହ ଅଧିକ ଯୌତୁକ ପାଇଁ ଦାବି କରୁଥିଲେ। ଶାରୀରିକ ଓ ମାନସିକ ଭାବରେ ଅତ୍ୟାଚାର କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି ଶାଶୂଘରର ପରିବାର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details