ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ପଟା ବାଣ୍ଟିଥିବାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କଲା ବିଜେପି ।
ନବରଙ୍ଗପୁରରେ ଶିକ୍ଷକ ମଦ ବାଣ୍ଟୁ ଥିବାର ବି ଅଭିଯୋଗ ଆଣିଛି ବିଜେପି । ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ବିଜେଡ଼ି । ସେପଟେ ବିଜେଡିର ରାଜନୈତିକ ହିଂସାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଦଳ ।