ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସଂକ୍ରମଣକୁ ହ୍ରାସ କରିବା ପାଇଁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ଆଉ ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
ହେଲେ ନାଇଟ କର୍ଫ୍ୟୁକୁ କିଛି ଅମାନିଆ ମାନୁନଥିବା ନଜିର ଆସିଛି। ଏହି ସମୟରେ ଜନ୍ମଦିନ ପାଳନ ସେହି ଅମାନିଆଙ୍କୁ ମହଙ୍ଗା ପଡିଛି। ନାଇଟ କର୍ଫ୍ୟୁ ସମୟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା ।