ଓଡିଶା

odisha

ETV Bharat / city

Odisha Assembly: ବୁକ ସର୍କୁଲାର ୪୭ ଉଲ୍ଲଙ୍ଘନ ବିଧାୟକ ଓ ସାଂସଦଙ୍କ ପ୍ରତି ଅପମାନ: ବିଜେପି ବିଧାୟକ

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୁକେଶ କହିଛନ୍ତି ବୁକ ସର୍କୁଲାର ୪୭ ଉଲ୍ଲଙ୍ଘନ ହେବା ବିଧାୟକ ସାଂସଦଙ୍କ ପ୍ରତି ଅପମାନ । ସେ (ମୁକେଶ ମହାଲିଙ୍ଗ) ମାସକୁ ଅତିକମରେ 15 ରୁ 20 ଚିଠି ବୁକ ସର୍କୁଲାର ୪୭ ଅଧିନରେ ଲେଖନ୍ତି । ଅଧିକ ପଢନ୍ତୁ

Odisha Assembly
Odisha Assembly

By

Published : Jul 5, 2022, 10:37 PM IST

ଭୁବନେଶ୍ବର: ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । କୌଣସି ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ତଥ୍ୟ ଦିଆଯାଉ ନାହିଁ । ବୁକ ସର୍କୁଲାର ୪୭ ଖୋଲା ଉଲ୍ଲଙ୍ଘନ ହେଉଛି । ଆଜି ଏହାକୁ ନେଇ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଗୃହରେ ଉଦବେଗ ପ୍ରକାଶ କରିଥିଲେ ।

ବୁକ ସର୍କୁଲାର ୪୭ ଉଲଂଘନ ବିଧାୟକ ସାଂସଦଙ୍କ ପ୍ରତି ଅପମାନ: ବିଜେପି ବିଧାୟକ

ଏହି ପ୍ରସଙ୍ଗରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୁକେଶ କହିଛନ୍ତି ବୁକ ସର୍କୁଲାର ୪୭ ଉଲ୍ଲଙ୍ଘନ ହେବା ବିଧାୟକ ସାଂସଦଙ୍କ ପ୍ରତି ଅପମାନ । ସେ (ମୁକେଶ ମହାଲିଙ୍ଗ) ମାସକୁ ଅତିକମରେ 15 ରୁ 20 ଚିଠି ବୁକ ସର୍କୁଲାର ୪୭ ଅଧିନରେ ଲେଖନ୍ତି । ହେଲେ କେହି ଉତ୍ତର କି ଚିଠି ପ୍ରାପ୍ତର ପ୍ରତି ଉତ୍ତର ମଧ୍ୟ ଦିଅନ୍ତି ନାହିଁ ।

ରାଜ୍ୟ ସରକାର ଅନେକ ଦିନ ଧରି ଶାସନ କରୁଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଧ୍ୟାନ ଦେବା କଥା । ହେଲେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାକୁ ସମ୍ମାନ ଦେଉନାହିଁ । ଯାହା ଦୁର୍ଭାଗ୍ୟପୂର୍ଣ୍ଣ । ଗଣତନ୍ତ୍ରରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ ଗଣମାଧ୍ୟମ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେବା ଉଚ୍ଚିତ । ଏହାସହ ନିଜ ନିଜ ଲକ୍ଷ୍ମଣ ରେଖା ମଧ୍ୟରେ ରହି କାର୍ଯ୍ୟ କଲେ ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ ବୋଲି ମୁକେଶ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details