ଭୁବନେଶ୍ବର: ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ବଦଳାଇ ଦେଇଛି ଗାଁର ନାଁ । ଯେଉଁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ବେଶ ପରିଚିତ, ଏବେ ସେଇ ଗୀତକୁ ନେଇ ଗାଁର ନାମକରଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଯେଉଁ ଗାଁ ଦିନେ ବିଲୁଙ୍ଗ ନାଁରେ ପରିଚିତ ଥିଲା ଏବେ ସେହି ଗାଁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହେବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗୀତ ନାଁରେ ଗାଁର ନାମ ‘ରଙ୍ଗବତୀ’
କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ପରିତିତ ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ । ଆଉ ଏହି ରଙ୍ଗବତୀର ସ୍ରଷ୍ଟା ହେଉଛନ୍ତି ବିଲଙ୍ଗ ଗ୍ରାମର ପ୍ରସିଦ୍ଧ ସଂଗୀତକାର ଏବଂ କଣ୍ଠଳିଳ୍ପୀ ମିତ୍ରଭାନୁ ଗୌନ୍ତିଆ । ମିତ୍ରଭାନୁଙ୍କ ଗୀତର ନାମ ଆନୁଯାୟୀ ତାଙ୍କର ଗାଁ ର ନାମକୁ ବୁଧବାର ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି ‘ବିଲଙ୍ଗ ରଙ୍ଗବତୀ’ । ଅଧିକ ପଢନ୍ତୁ...
ରଙ୍ଗବତୀ ହେଉଛି ଓଡ଼ିଶାର ଅନ୍ୟତମ ଜନମାନସର ପ୍ରସିଦ୍ଧ ସଂଗୀତ । ଏହି ଗୀତ ଖାଲି ଓଡ଼ିଶା ନୁହେଁ ବରଂ ବିଶ୍ୱରେ ବି ବେଶ ଲୋକପ୍ରିୟତା ସାଉଁଟି ପାରିଛି । ଏହି ରଙ୍ଗବତୀ ଗୀତର ସ୍ରଷ୍ଟା ହେଉଛନ୍ତି ମିତ୍ରଭାନୁ ଗୌନ୍ତିଆ । ତାଙ୍କ ଗାଁ ସମ୍ବଲପୁରର ବାମରା ବ୍ଲକର ବିଲୁଙ୍ଗ । ରଙ୍ଗବତୀ ଭଳି ମିତ୍ରଭାନୁ ବି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତେଣୁ ଗାଁର ନାଁ ରଙ୍ଗବତୀ କରିବା ପାଇଁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଥିଲେ । ଏଭଳି ଏକ ପ୍ରସ୍ତାବ ରାଜସ୍ୱ ବିଭାଗକୁ ଦିଆଯାଇଥିଲା । ବୁଧବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ତପନ ଦାସ, ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ