ଭୁବନେଶ୍ବର: ସାରା ଭାରତରେ ଲକ୍ଡାଉନ । ଫଳରେ ଲୋକମାନେ ନିଜ ଘରକୁ ଫେରି ପାରି ନାହାଁନ୍ତି । ଯିଏ ଯେଉଁଠି ଥିଲେ ସେଇଠି ଫସି ରହିଛନ୍ତି । ତେବେ ଏହି ସମୟରେ ରାଜ୍ୟ ବାହାରେ ଫସି ରହିଥିବା ଓଡିଆଙ୍କ କଥା ବୁଝିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ।
କର୍ଣ୍ଣାଟକ, ଗୁଜୁରାଟ, ବାଙ୍ଗାଲୁରୁରେ ଓଡିଆ ଲୋକଙ୍କ ଅବସ୍ଥା ଶୋଚନୀୟ। ସେମାନଙ୍କ ପାଖରେ ଖାଦ୍ୟପଦାର୍ଥ ନାହିଁ। ତୁରନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କର, 48 ଘଣ୍ଟା ଭିତରେ ଆବଶ୍ୟକୀୟ ଖାଦ୍ୟପଦାର୍ଥ ଯୋଗାଆ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟ ସରକାର ଓଡିଶାରେ ନେଇଥିବା ପଦକ୍ଷେପ କୋରୋନା ରାକିବାରେ ସଫଳ ହୋଇଛି। ହେଲେ ବାହାରେ ଫଶିଥିବା ଓଡିଆଙ୍କ କଥା ବୁଝିବାକୁ ସେ ଅପିଲ କରିଛନ୍ତି।