ଓଡିଶା

odisha

ETV Bharat / city

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ

ରାଜଧାନୀସ୍ଥିତ 120 ବାଟାଲିୟନ ପରିସରରେ ବିଜୟ ଦିବସ ପାଳନ ହୋଇଛି । ଦେଶର ଗର୍ବ ଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ଖବର ପଢନ୍ତୁ...

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ
ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ

By

Published : Dec 16, 2019, 3:18 PM IST

ଭୁବନେଶ୍ବର: ରାଜଧାନୀସ୍ଥିତ 120 ବାଟାଲିୟନ ପରିସରରେ ବିଜୟ ଦିବସ ପାଳନ ହୋଇଛି । ଦେଶର ଗର୍ବ ଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏନେଇ ଯୁଦ୍ଧ ସମୟରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନେ ମଧ୍ୟ ଭାଗ ନେଇଛନ୍ତି ।

ହାରାହାରି 200 ଅଦ୍ଭୁତପୂର୍ବ ସୈନିକ ଏବଂ କାର୍ଯ୍ୟରତ ଅଫିସରମାନେ 120 ବାଟାଲିୟନ ଠାରେ ଏକତ୍ରିତ ହୋଇ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବ୍ରିଗଡିୟର ବି.ପି ପଟ୍ଟନାୟକ, ଗ୍ରୁପ କ୍ୟାପଟେନ ବି.ପି ପଟ୍ଟନାୟକ , ଏସଟି ମହାନ୍ତି ଆଦି ଉପସ୍ଥିତ ରହିଥିଲେ ।

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ

ଯୁଦ୍ଧ ସମୟରେ ଯୁଦ୍ଧରେ ଘଟିଥିବା ଘଟଣାବଳୀ ଗୁଡିକର ସ୍ମୃତିଚାରଣ କରିଥିଲେ ବୀର ଯବାନଙ୍କ ପରିବାର ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଂଲାଦେଶରେ ବିଜୟ ଦିବସ ପାଳନ କରାଯାଉଛି । 1971 ମସିହାରେ ଆଜିର ଦିନରେ ଭାରତ ପାକିସ୍ତାନ ଯୁଦ୍ଧ ଶେଷ ହୋଇଥିଲା । ଏହା ଫଳରେ ପାକିସ୍ଥାନ ସେନା ନିଃସର୍ତ୍ତ ଆତ୍ମସମର୍ପଣ କରିବା ସହ ପୂର୍ବ ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବାଂଲାଦେଶ । ବାଂଲାଦେଶ ମୁକ୍ତି ବାହିନୀ ସହ ଭାରତୀୟ ସେନା ମିଶି ଉକ୍ତ ଐତିହାସିକ ଯୁଦ୍ଧ ଲଢ଼ି ବିଜୟ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details