ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁଇଜଣ ପଲ୍ୟୁସନ ଅଧିକାରୀ । ଦୁଇ ଅଧିକାରୀଙ୍କଠାରୁ ବିଡାବିଡା ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଦୁଇ ଅଧିକାରୀଙ୍କ ପରିଚୟ ଜଣାପଡିଥିବାବେଳେ ଜଣେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲାର ରିଜିନାଲ ଅଫିସର ଡ. ପିକେ ମହାପାତ୍ର ଓ ଅନ୍ୟଜଣେ ରିଜିନାଲ ଅଫିସର ବାଲେଶ୍ବରର ନରୋତ୍ତମ ବେହେରା ବୋଲି ଜଣାପଡିଛି ।
ତେବେ ରାଉରକେଲାରୁ ଭୁବନେଶ୍ବର ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ପିକେ ମହାପାତ୍ର l ତାଙ୍କ ପାଖରୁ ନଗଦ 1ଲକ୍ଷ 75ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ l ସେହିପରି ନରୋତ୍ତମ ବେହେରାଙ୍କଠାରୁ ୮୯ ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ଵରରୁ ବାଲେଶ୍ବର ଫେରିବା ବେଳେ ଟାଙ୍ଗି ଛକ କଟକରୁ ଧରାପଡିଛନ୍ତି ନରୋତ୍ତମ ବେହେରା ।