ଭୁବନେଶ୍ବର: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଅତିରିକ୍ତ ପିସିସିଏଫ ଅଭୟ ପାଠକ । ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ ରାଓ ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପିସିସିଏଫ ଅଭୟ ପାଠକଙ୍କ ଆକାଉଣ୍ଟରୁ ୯ କୋଟି ୩୫ ଲକ୍ଷ ଟଙ୍କା ମିଳିଛି । ପୁଅ ଖାତାରେ ୮ କୋଟିରୁ ଅଧିକ ଜମା ହୋଇଛି । ବ୍ରହ୍ମପୁରରୁ ମଧ୍ୟ ଜମା ହୋଇଛି । ତଦନ୍ତ ଜାରି ରହିଛି । କେବଳ ଦୁଇ ଜଣ ଗିରଫ ହୋଇଛନ୍ତି । ପୁଅ ୧ କୋଟି ଦରମା ପାଉଥିବା ମିଛ ବୋଲି ଏସପି କହିଛନ୍ତି । ଆୟର ଉତ୍ସର ଅନୁସନ୍ଧାନ ହେବ । ସେ କୌଣସି ପ୍ରମାଣପତ୍ର କିମ୍ବା ଆୟ ତଥ୍ୟ ଦେଇ ପାରିନାହାନ୍ତି । ଆଗକୁ ତଦନ୍ତରେ ଅଧିକ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।