ଭୁବନେଶ୍ବର: ଭିଜିଲାନ୍ସ ସ୍କାନରରେ ଜିଆରଏସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସ ବାବୁଲି ପଢ଼ିଆରୀଙ୍କ ଘରେ ଭିଜିଲାନ୍ସ ରେଡ । ଭୁବନେଶ୍ୱରର କଳାରାହାଙ୍ଗ ପଞ୍ଚାୟତର ଜିଆରଏସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ବାବୁଲିଙ୍କର ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।
GRSଙ୍କ ଘରେ ଭିଜିଲାନ୍ସ ଚଢାଉ, ଖୋଜା ଚାଲିଛି କଳାଧନ - ଭିଜିଲାନ୍ସ ସ୍କାନରରେ ଜିଆରଏସ
ଭିଜିଲାନ୍ସ ସ୍କାନରରେ କଳାରାହାଙ୍ଗ ପଞ୍ଚାୟତର ଜିଆରଏସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଅଧିକ ପଢନ୍ତୁ
ଭିଜିଲାନ୍ସ ଜାଲରେ GRS, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
GRSଙ୍କ ଘରେ ଭିଜିଲାନ୍ସ ଚଢାଉ, ଖୋଜା ଚାଲିଛି କଳାଧନ
ରଘୁନାଥପୁର ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ବିଲଡିଂରେ ଚଢାଉ ଜାରି ରହିଛି । ତେବେ କଳାରାହାଙ୍ଗ ଗ୍ରାମ ପଞ୍ଚାୟତ ଅଫିସରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟରତ । 3 ଜଣ ଡିଏସପି 10 ଜଣ ଆଇଆଇସି ରେଡରେ ସାମିଲ ରହିଛନ୍ତି । ଯାଞ୍ଚ ସମୟରେ ଅନେକ ସୁନା ଗହଣା ମିଳିଥିବା ବେଳେ ବହୁତଳ କୋଠା ଠାବ ହୋଇଛି । ଏଥିସହ ପ୍ଲଟ ମଧ୍ୟ ଠାବ କରିଛି ଭିଜିଲାନ୍ସ ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Apr 25, 2022, 12:52 PM IST