ଭୁବନେଶ୍ବର/ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ନିମାପଡ଼ାରେ କାର୍ଯ୍ୟରତ ଆରଡି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗର ରେଡ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି । ନିମାପଡା, ଭୁବନେଶ୍ୱରର ଦୁଇଟି ସ୍ଥାନ, ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଦଖିଣକାଳୀର ଦୁଇଟି ସ୍ଥାନ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଈ ଗ୍ରାମରେ ପୈତୃକ ଘରେ ଛାନଭିନ କରୁଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ନିମାପଡା ଆରଡି ସହକାରୀ ଯନ୍ତ୍ରୀ - ଭିଜିଲାନ୍ସ ଜାଲରେ ନିମାପଡା ଆରଡି ସହକାରୀ ଯନ୍ତ୍ରୀ
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାରେ କାର୍ଯ୍ୟରତ ଆରଡି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗର ରେଡ। ଅଧିକ ପଢନ୍ତୁ
ଭିଜିଲାନ୍ସ ଜାଲରେ ନିମାପଡା ଆରଡି ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ନିମାପଡା ଆରଡି ସହକାରୀ ଯନ୍ତ୍ରୀ
ତେବେ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଏକ ବିଶାଳ ତିନି ମହଲା କୋଠାଘର ଭଡାରେ ଲଗାଯାଇଥିବା ଜଣା ପଡ଼ିଛି । ଏହା ବ୍ୟତୀତ ଶୈଳଶ୍ରୀ ବିହାରରେ ପରିବାର ସହ ରହୁଥିବା ସେଣ୍ଟର ପଏଣ୍ଟ ଆପାର୍ଟମେଣ୍ଟର ଫ୍ଲାଟରେ ଭିଜିଲାନ୍ସ ରେଡ କରି ନଗଦ ଲକ୍ଷାଧିକ ଟଙ୍କା, ବିପୁଳ ସୁନା ଗହଣା, ବିଭିନ୍ନ ବ୍ୟାଙ୍କ୍ର ପାସ୍ବୁକ, ବୀମା ବଣ୍ଡ, ନାମୀଦାମୀ ଗାଡି ଓ ଦାମୀ ସାମଗ୍ରୀ ଆଦି ଭିଜିଲାନ୍ସ ହାତରେ ଲାଗିଛି । ତେବେ ଚଢ଼ାଉ ଚାଲିଥିବାରୁ ଠାବ ହୋଇଥିବା ବେଆଇନ ଠୁଳ ସମ୍ପତ୍ତିର ସଠିକ ଆକଳନ ହୋଇ ପାରିନଥିଲେ ମଧ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି କୋଟିକୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
Last Updated : Jul 12, 2022, 10:51 AM IST