ଓଡିଶା

odisha

ETV Bharat / city

କୋଟିପତି PS ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର - ରାଜ୍ୟ ସରକାର

vigilance raid lands OSSC officers Private secretary Biranchi sahoo in trouble and got suspended
କୋଟିପତି PS ବିରଞ୍ଚି ସାହୁକୁ ବାଧ୍ୟତାମୂଳକ ଅବସର, ସକାଳେ କରିଥିଲେ ନିଲମ୍ବନ

By

Published : Aug 2, 2021, 3:12 PM IST

Updated : Aug 2, 2021, 10:37 PM IST

15:04 August 02

କୋଟିପତି PS ବିରଞ୍ଚି ସାହୁକୁ ବାଧ୍ୟତାମୂଳକ ଅବସର, ସକାଳେ କରିଥିଲେ ନିଲମ୍ବନ

ଭୁବନେଶ୍ବର:  କୋଟିପତି ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ ଆଉ ଏକ ବଡ଼ ଝଟକା । ମଧ୍ୟାହ୍ନରେ ବିରଞ୍ଚିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ସନ୍ଧ୍ୟାରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । 
 

ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବିରଞ୍ଚିକୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା । ଭିଜିଲାନ୍ସ ଗିରଫ କରିବା ପରେ ବିରଞ୍ଚିଙ୍କୁ ସସପେଣ୍ଡ କରିଥିଲେ OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର । ଏହା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲେ OSSC ଅଧ୍ୟକ୍ଷ ।

ଦୁର୍ନୀତି କରିବା ପଡିଲା ମହଙ୍ଗା । ନିଲମ୍ବିତ ହୋଇଥିଲେ କୋଟିପତି PS ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲା ଓଡିଶା ଷ୍ଟାପ ସିଲେକସନ କମିସନ । ସେପଟେ ବିରଞ୍ଚିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର । 

ପ୍ରଥମେ ଭିଜିଲାନ୍ସ ଦ୍ୱାରା ଗିରଫ ପରେ କାର୍ଯ୍ୟାନୁଷ୍ଠାନର ଶିକାର ହେଲେ OSSC ସଦସ୍ୟ କୋଟିପତି PS ବିରଞ୍ଚି ସାହୁ । ନିଯୁକ୍ତିରେ ଟଙ୍କା କାରବାର ଓ ଲାଞ୍ଚ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବିରଞ୍ଚି । OSSC ସଦସ୍ୟଙ୍କ କୋଟିପତି PS ବିରଞ୍ଚି ସାହୁ ନିଲମ୍ବିତ କରିଛନ୍ତି OSSC । ଏହା ସହ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର । ଏହାପରେ ରାଜ୍ୟ ସରକାର ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଘୋଷଣା କରିଛନ୍ତି  । 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ ମାମଲାରେ କିଛିଦିନ ତଳେ ବିରଞ୍ଚିଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ତାଙ୍କ ପାଖରୁ ସ୍ଥାବର, ଅସ୍ଥାବର ସମ୍ପତ୍ତି ସହ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଦୁର୍ନୀତିରେ ବିରଞ୍ଚିଙ୍କ ସ୍ତ୍ରୀ ଓ ଶାଳକଙ୍କ ନାଁ ସାମ୍ନାକୁ ଆସିଛି । ତେଣୁ ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Aug 2, 2021, 10:37 PM IST

ABOUT THE AUTHOR

...view details