ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ - ଭିଜିଲାନ୍ସ ସ୍ବତନ୍ତ୍ର ଟିମର ଛାନଭିନ୍

09:51 April 09
ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ , ୩ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ବର: ଭିଜିଲାନ୍ସ ସ୍କାନରରେ ବରିଷ୍ଠ କିରାଣୀ । ସେ ହେଉଛନ୍ତି ଚିଫ ଫରେଷ୍ଟ କନଜର୍ଭେଟିଭ କେନ୍ଦୁ ଲିଫ କଟକ ଅଫିସରେ କାମ କରୁଥିବା ବରିଷ୍ଠ କିରାଣୀ ଦିଲ୍ଲୀପ କୁମାର ଜେନା ।
ଏନେଇ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଜାରି ରଖିଛନ୍ତି ଛାନଭିନ । ବରିଷ୍ଠ କିରାଣୀଙ୍କ ନାମରେ ଥିବା ୩ଟି ଜାଗାରେ ରେଡ୍ ଜାରି ରଖିଛି ଟିମ । ତେବେ ଭିଜିଲାନ୍ସ କଟକ ସ୍ଥିତ କାର୍ଯ୍ୟାଳୟ ଓ ଭୁବନେଶ୍ବର ଭରତପୁର ସ୍ଥିତ ରେସିଡେନ୍ସିଆଲ ହାଉସ ଓ ଝାରପଡା ସ୍ଥିତ ମଲ୍ଲିକ କମ୍ପ୍ଲେକ୍ସରେ ଚଢାଉ ଜାରି ରଖିଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ