ଓଡିଶା

odisha

ETV Bharat / city

ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ - ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ
ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ

By

Published : Feb 8, 2022, 3:19 PM IST

Updated : Feb 8, 2022, 3:51 PM IST

ସୁନ୍ଦରଗଡରୁ/ଭୁବନେଶ୍ବର: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସର ୫ ଟି ଟିମ ଏକା ସାଙ୍ଗରେ ଖୋଳତା଼ଡ କରୁଥିବା ସୂଚନା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ତଦନ୍ତ ନେଇ ସୁନ୍ଦରଗଡ ସ୍ପେଶାଲ ଜଜ ଅନୁମତି ଦେବା ପରେ ଚଢାଉ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ରାଉରକେଲା କଳିଙ୍ଗ ବିହାର ଦୁଇଟି ସ୍ଥାନ ସମେତ ରାଉରକେଲା ଅଫିସ ଚାମ୍ବର, ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର କ୍ୱାଟର ନମ୍ବର MIG, II/ 27(ଭଡା ଘର), ଛେଣ୍ଡ କଳିଙ୍ଗ ବିହାର(ନିଜ ଘର), ଭୁବନେଶ୍ୱର ଗୋଠପାଟଣା(ଭାଇ ଘର), ଯାଜପୁର କଳିଙ୍ଗ ନଗର(ଭାଇ ଘର) ଚଢାଉ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ


ମନୋରଞ୍ଜନଙ୍କ ବିରୋଧରେ ପୂର୍ବରୁ ସରକାରୀ ଅର୍ଥ ଆତ୍ମସାତ ଦୁର୍ନୀତି ଅଭିଯୋଗ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଭିତ୍ତି କରି ଆଜି ଭିଜିଲାନ୍ସ ଜାରି ରଖିଛି ଏହି ଚଢ଼ାଉ । ତେବେ ଚଢାଉ ପ୍ରକ୍ରିୟା ଜାରି ରହି ଥିବାବେଳେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, କିଛି ନଗଦ ଟଙ୍କା, ସୁନା ଅଳଙ୍କାର, ବ୍ୟାଙ୍କ ପାସ ବୁକ, ଫିକ୍ସଡ ଡିପୋଜିଟ ପରି ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଛି ।

ଅପରପକ୍ଷେ ପ୍ରତିକ୍ରିୟା ଦେଇ ମନୋରଞ୍ଜନ ନାୟକ କହିଛନ୍ତି ଯେ, ମୋ ପାଖରେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ, ଯାହାବି କରିଛି ତାଙ୍କ 33 ବର୍ଷ ଚାକିରି ଜୀବନର ଉପାର୍ଜନ କରିଛନ୍ତି , ସେ କୌଣସି ଦୁର୍ନୀତି କରି ନାହାନ୍ତି । ଭୋର 5 ଟାରୁ ଭିଜିଲାନ୍ସ ଚଢାଉ ଆରମ୍ଭ କରିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ନାୟକ ।

ଭୁବନେଶ୍ବରରୁ ତାପସ ପରିଡା ଏବଂ ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : Feb 8, 2022, 3:51 PM IST

For All Latest Updates

ABOUT THE AUTHOR

...view details