ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଓପିଏଚଡ଼ବ୍ଲ୍ୟୁସି (OPHWC) ଡେପୁଟି ମ୍ୟାନେଜର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ । ୧୦ଟି ସ୍ଥାନରେ ଚାଲିଛି ରେଡ । ଚଢାଉ ସମୟରେ ପ୍ରତାପଙ୍କ ଘରୁ ମିଳୁଛି ବିପୁଳ ପରିମାଣର ସମ୍ପତ୍ତି । ଏଯାବତ ତାଙ୍କ ସ୍ତ୍ରୀ ଓ ତାଙ୍କ ନାଁରେ ଥିବା ୨୫ଟି ଅସ୍ଥାବର ସମ୍ପତ୍ତି ସହ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ୩ ତାଲା ବିଲ୍ଡିଂ ରହିଥିବା ଜଣାପଡ଼ିଛି । ଏହା ସହ ଭୁବନେଶ୍ଵରରୁ୧୭ଟି ପ୍ଲଟ ସହ ଗୋଟିଏ ୩ ତାଲା ଓ ଗୋଟିଏ ୫ ତାଲା ବିଲ୍ଡିଂ ଠାବ କରାଯାଇଛି ।
ପ୍ଲଟ ଓ ବିଲ୍ଡିଂର ବାଦଶାହା ସାଜିଥିଲେ ପ୍ରତାପ, ପଡୋଶୀ ଛାତକୁ ଫୋପାଡିଲେ ଟଙ୍କା ବିଡା ଏଥିସହିତ ୩୮ ଲକ୍ଷ ଟଙ୍କାର ନଗଦ କ୍ୟାସ ଜବତ କରିଛି ଭିଜିଲାନ୍ସ । ତେବେ ନୟାପଲ୍ଲୀ NH-୬ରେ ଥିବା ୪୧୬ ପ୍ଲଟ ଘରେ ରେଡ ବେଳେ ହଠାତ୍ ପଡୋଶୀ ଘରର ଛାତ ଉପରକୁ ଏକ ଟଙ୍କା ବିଡାର ପେଟି ଫୋପାଡିଥିଲେ । ଟଙ୍କା ଫୋପାଡିବାକୁ ନେବା ବେଳେ ଘର ଦୁଆର ମୁହଁରେ କିଛି ଟଙ୍କା ବିଡା ପଡ଼ିଯାଇଥିଲା । ଏହାକୁ ଦେଖି ଆଖପାଖ ସର୍ଚ୍ଚ କରିବା ବେଳେ ପ୍ରତାପଙ୍କ ଡକ୍ୟୁମେଣ୍ଟ ସହ ଟଙ୍କା ବିଡାର ପେଟି ଜବତ କରାଯାଇଥିଲା ।
ପ୍ଲଟ ଓ ବିଲ୍ଡିଂର ବାଦଶାହା ସାଜିଥିଲେ ପ୍ରତାପ, ପଡୋଶୀ ଛାତକୁ ଫୋପାଡିଲେ ଟଙ୍କା ବିଡା ତେବେ ଏଯାବତ ଏକାଧିକ ପ୍ଲଟ ସହ ବିଲ୍ଡିଂ ଠାବ ହେଲାଣି । ତେବେ ଗୋଠ ପାଠଣାରେ ଏକ ୫ ମହଲା ବିଲ୍ଡିଂ ଠାବ ହୋଇଛି ଯାହା ତାଙ୍କ ପତ୍ନୀଙ୍କ ନାମରେ ଥିଲା । ଯାହାର ମୂଲ୍ୟ ୩ କୋଟି ୨୫ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ତେବେ ପ୍ରତାପ ଜଣେ ଡିପ୍ଲୋମା ସିଭିଲ ଇଞ୍ଜିନିଅର । ସେ ଓଡିଶା ପୋଲିସ ହାଉସିଂ କର୍ପୋରେସନରେ ଜୁନିୟର ଇଞ୍ଜିନିୟର ଭାବେ ୧୯୮୮ ମସିହାରେ ଅଗଷ୍ଟ ୧୪ ତାରିଖରେ ଯୋଗ ଦେଇଥିଲେ ।
ପ୍ଲଟ ଓ ବିଲ୍ଡିଂର ବାଦଶାହା ସାଜିଥିଲେ ପ୍ରତାପ, ପଡୋଶୀ ଛାତକୁ ଫୋପାଡିଲେ ଟଙ୍କା ବିଡା ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ କାମ କରିଥିଲେ । ପରେ କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଭୁବନ ସ୍ଥିତ ଓଡିଶା ପୋଲିସ ହାଉସିଂ କର୍ପୋରେସନରେ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ । ଯେହେତୁ ପୋଲିସ ହାଉସିଂରେ ବିଭିନ୍ନ ପୋଲିସ ପ୍ରତିଷ୍ଠାନର ବିଲ୍ଡିଂ ନିର୍ମାଣ କାମ କରାଯାଏ । ଅର୍ଥାତ ପୋଲିସ ଥାନା ହେଉ ବା ଫାଣ୍ଡି ବା SP ଅଫିସ ସେସବୁ ବିଲ୍ଡିଂ କାମ ପୋଲିସ ହାଉସିଂ କର୍ପୋରେସନ ଅଧିନରେ କରାଯାଏ । ତେଣୁ ଏଠାରେ ଦୁର୍ନୀତି ସମ୍ପର୍କରେ କେହି ଜାଣିପାରନ୍ତି ନାହିଁ ।
ତେବେ ଏହି ଅଧିକାରୀଙ୍କ ଘରୁ ଏପରି ସମ୍ପତ୍ତି ଠାବ ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ବିଭାଗରେ ଅନେକ ବେଆଇନ ଅର୍ଥ ହଡପ କରିଛନ୍ତି ପ୍ରତାପ ସାମଲ । ଯାହା ଜରିଆରେ ଏଭଳି ଟଙ୍କାର ସମ୍ପତ୍ତିର ପାହାଡ ତିଆରି କରିଥିଲେ। ତେବେ ସୂଚନା ଥାଉ କି ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ । ପ୍ରତାପଙ୍କ ଭୁବନେଶ୍ବରସ୍ଥିତ ବାସଭବନ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଉଛି ।
ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀସ୍ଥିତ ଚାରିତାଲା ବିଶିଷ୍ଟ ନିଜସ୍ବ ଆପାର୍ଟମେଣ୍ଟ, ଆଇଆରସି ଭିଲେଜ ନୟାପଲ୍ଲୀ ପ୍ଲଟ ନଂ N/6-4162, ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ଛକରେ ଥିବା ମା' ଭଗବତୀ ମନ୍ଦିର ନିକଟ ୬ ମହଲା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ବରେ ୫ଜଣ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଏହି ଛାନଭିନ କରୁଛନ୍ତି । ଡେପୁଟି ମ୍ୟାନେଜର ଥିବାରୁ ପୋଲିସ ହାଉସିଂ କର୍ପୋରେସନରେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ