ଭୁବନେଶ୍ବର:ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଭିଜିଲାନ୍ସ ଛାଟ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସର ସର୍ଚ୍ଚ ଅପରେସନ। ଶୋଇଥିବା ସମୟରେ ସହକାରୀ ଯନ୍ତ୍ରୀଙ୍କ ଘରେ ପଶି ଚଢାଉ କଲା ଭିଜିଲାନ୍ସ ବିଭାଗ । R&B Division No-IVର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ ।
ଏକ ୧୬ ଜଣିଆ ଭିଜିଲାନ୍ସ ଅଫିସର ଟିମ ଯନ୍ତ୍ରୀଙ୍କ ଠିକଣାର ୬ଟି ସ୍ଥାନରେ ରେଡ କରିଛନ୍ତି । ଢେଙ୍କାନାଳର ଅଳସୁଆ ତାରିଣୀନଗରରେ ଥିବା ତିନି ତାଲା ବିଲ୍ଡିଂ, ରଘୁନାଥପୁର ନନ୍ଦନକାନନ, ଢେଙ୍କାନାଳରେ ଆଉ ଏକ ବିଲଡିଂ, ଶୈଳେଶ୍ରୀ ବିହାର ଭଡାଘରେ, ଅନୁଗୁଳ ସ୍ଥିତ ପୈତୃକ ଘର, ନିର୍ମାଣ ସୌଧରେ ଥିବା ଅଫିସରେ ରେଡ କରିଛି ଟିମ । ଅଜୟ ମିଶ୍ରଙ୍କ ଅଚଳାଚଳ ସମ୍ପତ୍ତି ଲାଗିଛି ଭିଜଲାନ୍ସ ହାତରେ । ନଗଦ ଟଙ୍କା, ଦାମି ଗାଡି, ଗହଣା କାଗଜପତ୍ର ଜଵତ କରିଛି ଭିଜିଲାନ୍ସ ଟିମ ।