ଓଡିଶା

odisha

ETV Bharat / city

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ JE, ବିଲ ପାସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା - ଭିଜିଲାନ୍ସ

ଭୁବନେଶ୍ବର ବ୍ଲକର ଲାଞ୍ଚୁଆ ଇଞ୍ଜିନିୟରଙ୍କୁ ଧରିଲା ଭିଜିଲାନ୍ସ । ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ JE, ବିଲ ପାସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ JE, ବିଲ ପାସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା

By

Published : Sep 27, 2022, 10:51 PM IST

ଭୁବନେଶ୍ବର: ଧରାପଡିଲେ ଭୁବନେଶ୍ବର ବ୍ଲକର ଲାଞ୍ଚୁଆ ଜୁନିୟର ଇଞ୍ଜିନିୟର ରମାକାନ୍ତ ବେହେରା (JE arrested while taking Bribe) । ବିଲ ପାସ କରି ଦେବା ପାଇଁ ନେଉଥିଲେ ୫୦ ହଜାର ଲାଞ୍ଚ । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଲାଞ୍ଚୁଆ ଇଞ୍ଜିନିୟରକୁ ଗିରଫ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ।

ଭିଜିଲାନ୍ସ ତାଙ୍କର ସୋଭାଗ୍ୟ ନଗର ସ୍ଥିତି ଘର ଓ ଫୁଲବାଣୀ ସ୍ଥିତ ଘରେ ମଧ୍ୟ ସର୍ଚ୍ଚ ଅପରେସନ ଚଲାଇଛି । ତେବେ ସୂଚନା ମୁତାବକ ଭୁବନେଶ୍ବର ବ୍ଲକର ଜୁନିୟର ଇଞ୍ଜିନିୟର ରମାକାନ୍ତ ବେହେରା ଜଣେ କଣ୍ଟ୍ରାକ୍ଟରଙ୍କ ବିଲ ପାସ କରାଇବାକୁ ୫୦ହଜାର ଲାଞ୍ଚ ମାଗିଥିଲେ । ରାସ୍ତା ନିର୍ମାଣ କାମର‌ ବିଲ ପେଣ୍ଡିଂ (Bill Pending) ହୋଇଥିବାରୁ ଦୀର୍ଘଦିନ ଧରି ଜେଇଙ୍କ ପାଖକୁ ଦୌଡୁଥିଲେ କଣ୍ଟ୍ରାକ୍ଟର। ଶେଷରେ‌ ବିଲ ପାରି ‌କରିବାକୁ ଲାଞ୍ଚ କଥା ଶୁଣି କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସର‌ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ- ପୂର୍ବ ଶତୃତାରୁ ଯୁବକଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

ତେବେ ପୁର୍ବ ସଂଯୋଜନା ମୁତାବକ ଲାଞ୍ଚ ଟଙ୍କାକୁ ନେବା ପାଇଁ ଜୁନିଅର ଇଞ୍ଜିନିୟର ରମାକାନ୍ତ ଦେଇଥିବା ସ୍ଥାନକୁ ନେଇ ଯିବା‌ପରେ ନିଜେ ଜୁନିୟର ଇଞ୍ଜିନିୟର ଲାଞ୍ଚ ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ । ରଙ୍ଗଵୋଳା ଟଙ୍କାକୁ ଜବତ କରିବା ସହ ଜେଇ ହାତକୁ କେମିକାଲରେ ଧୋଇବା ‌ପରେ ଲାଞ୍ଚ ଟଙ୍କା ଧରିଥିବାରୁ ହାତର ରଙ୍ଗ ଜଣାପଡିଥିଲା । ଯାହକୁ ଆଧାର କରି ପିସି ଆକ୍ଟରେ ଗିରଫ କରିଛି ଭିଜିଲାନ୍ସ ଡିଭିଜନ । ପରେ ତାଙ୍କୁ କୋର୍ଟ ଚାଲଣ କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details